Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: କ୍ୟାବିନେଟରେ ଦାଖଲ ହେବ ତଦନ୍ତ ରିପୋର୍ଟ

ଓଏଲ୍‌ ବ୍ୟୁରୋ: ବହୁ ଅପେକ୍ଷାର ଅନ୍ତ ଘଟାଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଜୁଲାଇ ୮ରେ ଖୋଲିବ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର। ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି। ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ। ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଓ ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍‌। ଏନେଇ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡଃ ଡିବି ଗଡ଼ନାୟକ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତି ହୋଇଥିବାବେଳେ କୋର କମିଟି, ଟେକ୍ନିକାଲ କମିଟିର ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ। ଜୁଲାଇ ୭ ତାରିଖରେ ରଥଯାତ୍ରା। ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ଏଏସ୍ଆଇ। ଏହାକୁ ଆଧାର କରି ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତି ହୋଇଛି। ତେବେ ରତ୍ନଭଣ୍ଡାର ତଦନ୍ତ ରିପୋର୍ଟ କ୍ୟାବିନେଟରେ ଉପସ୍ଥାପନା ନେଇ ରାଜ୍ୟ ଗୃହ ବିଭାଗ ହାଇକୋର୍ଟକୁ ଜଣାଇଛି।

Leave A Reply

Your email address will not be published.