ବାଚସ୍ପତି ନିର୍ବାଚନ: ନାମାଙ୍କନ ଭରିଲେ ସୁରମା ପାଢ଼ୀ
![](https://www.odishalink.com/wp-content/uploads/2024/06/WhatsApp-Image-2024-06-19-at-12.13.43-PM.jpeg)
ଓଏଲ୍ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆଜି ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ବାଚସ୍ପତି ଚୟନ ନେଇ ଆଲୋଚନା ହେବା ପରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବାଚସ୍ପତି ପ୍ରାର୍ଥୀ। ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୁରମା ପାଢ଼ୀଙ୍କୁ ବିଜେପି ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆସନ୍ତାକାଲି ନିର୍ବାଚନ ହେବ।