Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍: ଆଜିଠୁ ସୁପର-୮ ମୁକାବିଲା, କାଲି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ମୋଡରେ ଟି-୨୦ ବିଶ୍ବକପ୍‌ ୨୦୨୪। ଶେଷ ହୋଇଛି ଗ୍ରୁପ୍‌ ଷ୍ଟେଜ ମୁକାବିଲା। ଆଜଠୁ ଆରମ୍ଭ ହେବ ସୁପର-୮ ମୁକାବିଲା। ଯେଉଁଥିରେ ୮ଟି ଟିମ୍‌ ଫାଇନାଲ ଟ୍ରଫି ପାଇଁ ଲଢ଼େଇ କରିବେ। ଆଜିଠୁ ସୁପର-୮ ମୁକାବିଲା ଆରମ୍ଭ ହୋଇ ଜୁନ୍‌ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଯେଉଁ ୪ଟି ଟିମ୍‌ ଭଲ ପ୍ରଦର୍ଶନ କରିବେ ସେହି ଟିମ୍‌ ସେମିଫାଇନାଲ ମୁକାବିଲା ଖେଳିବେ।

ଏପର୍ଯ୍ୟନ୍ତ ଚଳିତ ବିଶ୍ବକପ୍‌ରେ ଭାରତ, ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ୪ଟି ଦଳ ଅପରାଜେୟ ରହିଛନ୍ତି। ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ବିଜୟର ଚୌକା ଲଗେଇଥିବା ବେଳେ ଭାରତ ହ୍ୟାଟିକ୍‌ ବିଜୟ ହାସଲ କରିିଛି। କାରଣ କାନାଡା ବିପକ୍ଷ ମ୍ୟାଚ ବର୍ଷା କାରଣରୁ ବାତିଲ୍‌ ହୋଇଥିଲା। ଯାହାଫଳରେ ଭାରତ ୧ ପଏଣ୍ଟ ପାଇଥିଲା।

ସୁପର-୮ରେ ଏହି ସବୁ ଟିମ୍:

ସୁପର-୮ ମୁକାବିଲାରେ ୮ଟି ଟିମ୍‌ ପ୍ରବେଶ କରିଛନ୍ତି। ୪ଟି ଗ୍ରୁପରୁ ୮ଟି ଟିମ୍‌ ସୁପର-୮ରେ ସ୍ଥାନ ପକ୍କା କରିଛନ୍ତି। ଗ୍ରୁପ୍‌-ଏରୁ ଭାରତ, ଆମେରିକା ସୁପର ୮ରେ ପହଁଞ୍ଚିଥିବା ବେଳେ ଗ୍ରୁପ୍‌ ବିରୁ ଅଷ୍ଟ୍ରେଲିଆ-ଇଂଲଣ୍ଡ, ଗ୍ରୁପ୍‌ ସିରୁ ଓ୍ବେଷ୍ଟଇଣ୍ଡିଜ-ଆଫାଗାନିସ୍ତାନ, ଗ୍ରୁପ୍‌-ଡିରୁ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ସୁପର ୮ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।

ଖାତା ଖୋଲି ନାହାନ୍ତି ଏହି ଟିମ୍:
ଚଳିତ ଟୁର୍ଣ୍ଣାମେଣ୍ଟରେ ଏଭଳି ୪ଟି ଟିମ୍‌ ରହିଛନ୍ତି ଯେଉଁମାନେ ପଏଣ୍ଟ ଟେବୁଲରେ ଖାତା ଖୋଲି ପାରି ନାହାନ୍ତି। ଆୟରଲାଣ୍ଡ, ପାପୁଆ ନ୍ୟୁ ଗିନି ଓ ନେପାଳ ଗୋଟିଏ ବି ମ୍ୟାଚ୍‌ ଜିତି ପାରି ନାହାନ୍ତି। ସେହିପରି ନେପାଳ-ଶ୍ରୀଲଙ୍କା ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହେବା ଫଳରେ ନେପାଳକୁ ୧ ପଏଣ୍ଟ ମିଳିଥିଲା। ନେପାଳ ବାକି ୩ଟି ମ୍ୟାଚରେ ପରାଜିତ ହୋଇଥିଲା। ସେହିପରି ବିଶ୍ବ କ୍ରିକେଟରେ ଶକ୍ତିଶାଳୀ ଟିମ୍‌ ଭାବେ ପରିଚିତ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଛନ୍ତି। ସୁପର-୮ ମୁକାବିଲା ଜୁନ୍‌ ୧୯ ତାରିଖରୁ ଆରମ୍ଭ ହେବ। ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଆମେରିକା-ଦକ୍ଷିଣ ଆଫ୍ରିକା। ଏହି ମୁକାବିଲା ଆଣ୍ଟିଗୁଆରେ ଖେଳାଯିବ।

ସୁପର-୮ ମୁକାବିଲାରେ କିଏ କାହାକୁ ଭେଟିବ ଜାଣନ୍ତୁ:

ଗ୍ରୁପ୍‌-୧:
ଜୁନ୍‌ ୨୦: ଆଫଗାନିସ୍ତାନ-ଭାରତ , ଅଷ୍ଟ୍ରେଲିଆ-ବାଂଲାଦେଶ
ଜୁନ୍‌ ୨୨: ଭାରତ-ବାଂଲାଦେଶ , ଆଫଗାନିସ୍ତାନ- ଅଷ୍ଟ୍ରେଲିଆ
ଜୁନ୍‌ ୨୪: ଭାରତ-ଅଷ୍ଟ୍ରେଲିଆ, ଆଫଗାନିସ୍ତାନ-ବାଂଲାଦେଶ

ଗ୍ରୁପ୍‌-୨:
ଜୁନ୍‌ ୧୯: ଆମେରିକା-ଦକ୍ଷିଣ ଆଫ୍ରିକା , ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ
ଜୁନ୍‌ ୨୧: ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା , ଆମେରିକା-ଓ୍ବେଷ୍ଟଇଣ୍ଡିଜ
ଜୁନ୍‌ ୨୩: ଆମେରିକା-ଇଂଲଣ୍ଡ , ଓ୍ବେଷ୍ଟଇଣ୍ଡିଜ-ଦକ୍ଷିଣ ଆଫ୍ରିକା

Leave A Reply

Your email address will not be published.