Odisha Link
Bridging the Missing Links in Odisha

ବାଲେଶ୍ୱର ସହରରେ କର୍ଫ୍ୟୁ ବଳବତ୍ତର, ପରିବା ଦର ଆକାଶଛୁଆଁ

ଓଏଲ୍‌ ବ୍ୟୁରୋ: ଅଶାନ୍ତ ହୋଇପଡ଼ିଛି ବାଲେଶ୍ବର ସହର। ଏହାକୁ ନଜରରେ ରଖି ସହରରେ ଲାଗିଛି ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ଏହା ସହ ବାଲେଶ୍ୱରରେ ଇଣ୍ଟରନେଟ ସେବାରେ କଟକଣା ଲାଗୁ କରା ଯାଇଛି। ଏସବୁ ମଧ୍ୟରେ ମହଙ୍ଗା ମାଡ଼ ହୋଇଛି। କର୍ଫ୍ୟୁ କାରଣରୁ ପରିବା ଦର ଆକାଶଛୁଆଁ ହୋଇଥିବାବେଳେ ପ୍ରାୟ ସବୁ ପରିବାର ଦର ୧୦୦ ଛୁଇଁଛି। ଅନ୍ୟପଟେ, ବାଲେଶ୍ବରରେ ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ କୁହାଯାଇଛି।

ସୂଚନା ଅନୁସାରେ, ବାଲେଶ୍ବରର ଶୂନହଟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଘଟଣା ସ୍ଥଳରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ଏଥିରେ ୪ରୁ ୫ ଜଣ ଆହତ ହୋଇଥିଲେ। ଏହାକୁ ନଜରରେ ରଖି ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଥିଲା।

Leave A Reply

Your email address will not be published.