Odisha Link
Bridging the Missing Links in Odisha

ପରଲୋକରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଡେଭିଡ ଜନସନ୍‌, ଆତ୍ମହତ୍ୟା କରିଥିବା ସୂଚନା

ଓଏଲ୍‌ ବ୍ୟୁରୋ: ଆଜି ଟି-୨୦ ବିଶ୍ବକପ୍‌ର ସୁପର-୮ ମୁକାବିଲା ଭାରତ ଖେଳିବାକୁ ଥିବା ବେଳେ ଆସିଲା ଦୁଃଖଦ ଖବର। ପରଲୋକରେ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ଡେଭିଡ ଜନସନ୍‌। ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ସେ ରହୁଥିବା କୋଠାର ଚତୁର୍ଥ ମହଲାରୁ ଡେଇଁପଡିଥିଲେ ଡେଭିଡ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସେ ଭାରତ ପାଇଁ ୨ ଟି ଟେଷ୍ଟ ଖେଳିଥିଲେ। ଡେଭିଡ ଜନସନଙ୍କ ଆତ୍ମହତ୍ୟାକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଅନିଲ କୁମ୍ବଲେ ଡେଭିଡ ଜନସନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଭାରତ ପାଇଁ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଥିବା ଡେଭିଡ ଜନସନ୍‌ କର୍ଣ୍ଣାଟକ ପାଇଁ ଦୀର୍ଘ ଦିନ ଧରି ରଣଜୀ କ୍ରିକେଟ ଖେଳିଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଡେଭିଡ ଜନସନ୍‌ ରହୁଥିବା କୋଠାର ୪ର୍ଥ ମହଲରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୂର୍ବରୁ ମାନସିକ ଦୁଃଶ୍ଚିନ୍ତାରେ ରହୁଥିବା ମଧ୍ୟ ଜଣାପଡ଼ିଛି।

ଡେଭିଡ ଜନସନ୍‌ ଜଣେ ଦ୍ରୁତ ବୋଲର ଥିଲେ। ହେଲେ ତାଙ୍କ କ୍ୟାରିୟର ଲମ୍ବା ସମୟ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ। ୧୯୯୬ ମସିହା ଅକ୍ଟୋବର ମାସରେ ଭାରତ ପକ୍ଷରୁ ପ୍ରଥମ ଟେଷ୍ଟ ଖେଳିଥିଲେ ଡେଭିଡ। ପରେ ୧୯୯୬ ମସିହା ଡିସେମ୍ବର ମାସରେ ଭାରତ ପାଇଁ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ। ଯାହା ତାଙ୍କର କ୍ୟାରିୟର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଥିଲା। ସେ କର୍ଣ୍ଣାଟକ ପାଇଁ ୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ଏଥିସହିତ ୩୩ଟି ଓ୍ବିକେଟ ନେଇଥିଲେ। ସେ ୧୯୯୨ ମସିହାରେ ଘରୋଇ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୦୦୨ ମସିହା ପର୍ଯ୍ୟନ୍ତ ଖେଳ ଜାରି ରଖିଥିଲେ।

Leave A Reply

Your email address will not be published.