Odisha Link
Bridging the Missing Links in Odisha

ବାଲେଶ୍ୱରରେ କର୍ଫ୍ୟୁ ବଳବତ୍ତର, ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଓଏଲ୍‌ ବ୍ୟୁରୋ: ଅଶାନ୍ତ ହୋଇପଡ଼ିଛି ବାଲେଶ୍ବର ସହର। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ଆଜି ସକାଳୁ କର୍ଫ୍ୟୁ କୋହଳ ହୋଇଥିଲେ ବି ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ବାଲେଶ୍ୱରରେ ଇଣ୍ଟରନେଟ ସେବାରେ କଟକଣା ଲାଗୁ କରା ଯାଇଛି। ତେବେ ବର୍ତ୍ତମାନ ପରିସ୍ଥିତି ପୂର୍ବ ଅପେକ୍ଷା ସୁଧୁରିଛି।

ସୂଚନା ଅନୁସାରେ, ବାଲେଶ୍ବରର ଶୂନହଟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଘଟଣା ସ୍ଥଳରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ଏଥିରେ ୪ରୁ ୫ ଜଣ ଆହତ ହୋଇଥିଲେ। ଏହାକୁ ନଜରରେ ରଖି ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଥିଲା।

Leave A Reply

Your email address will not be published.