ଦକ୍ଷିଣ ଓଡ଼ିଶାରୁ ଅଗ୍ରସର ହେଲା ମୌସୁମୀ, ବଢ଼ିବ ବର୍ଷାର ପରିମାଣ
ଓଏଲ୍ ବ୍ୟୁରୋ: ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ କହିଲା ପାଣିପାଗ କେନ୍ଦ୍ର। କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
କଳାହାଣ୍ଡି, ଗଜପତି, ରାୟଗଡ଼ାରେ ପ୍ରବଳ ବର୍ଷା ହୋଇଥିବା ସୂଚନା ରହିଛି। ମୌସୁମୀ ଅଗ୍ରସର ସତ୍ତ୍ବେ ୩ ଜିଲ୍ଲା ପାଇଁ ହଟିୱେଭ୍ ସତର୍କତା ଜାରି ହୋଇଛି। ବାଲେଶ୍ବର, ମୟୂରଭଞ୍ଜ, ବଲାଙ୍ଗିରରେ ହିଟୱେଭ୍ ରହିବ। ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଅନୁଭୂତ ହେବାର ଆଶଙ୍କା ରହିଛି।