Odisha Link
Bridging the Missing Links in Odisha

ସୁପର-୮: ଆଜି ଭାରତ-ଆଫଗାନିସ୍ତାନ ଲଢ଼େଇ, ଟିମ୍‌ ଇଣ୍ଡିଆରେ ହୋଇପାରେ ବଡ଼ ଅଦଳବଦଳ

ଓଏଲ୍‌ ବ୍ୟୁରୋ: ଚଳିତ ଟି-୨୦ ବିଶ୍ବକପ୍‌ରେ ଆଜିଠୁ ସୁପର-୮ ମୁକାବିଲା ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ଆଜି ଆଫଗାନିସ୍ତାନକୁ ଭେଟି ଭାରତ। ଆଜି ସନ୍ଧ୍ୟାରେ କେନସିଙ୍ଗଟନ୍‌ ଓଭାଲ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ।

ଗ୍ରୁପ୍‌ ଷ୍ଟେଜରେ ଭାରତ ଅପରାଜେୟ ରହି ସୁପର-୮ ମୁକାବିଲାକୁ ଆସିଥିବା ବେଳେ ଆଫଗାନିସ୍ତାନ ଗୋଟିଏ ମ୍ୟାଚରେ ପରାଜିତ ହୋଇ ସୁପର-୮ ମୁକାବିଲାକୁ ଉତିନ୍ନ ହୋଇଛି। ଆଫଗାନିସ୍ତାନ ଟିମ୍‌ ଏବେ ଦମଦାର ଫର୍ମରେ ଅଛି ଯାହା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟି ପାରେ। ବିଶ୍ବର ଶକ୍ତିଶାଳୀ ଦଳ ନ୍ୟୁଜିଲାଣ୍ଡକୁ ମାତ ଦେଇ ସୁପର-୮ ମୁକାବିଲାକୁ ଆସିଛି ଆଫଗାନିସ୍ତାନ। ବିଶ୍ବକପ୍‌ରେ ଭାରତ ବିପକ୍ଷରେ କେବେ ବି ବିଜୟ ହାସଲ କରି ନଥିବା ଆଫଗାନିସ୍ତାନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ସେହିପରି ବିଶ୍ବ କ୍ରିକେଟର ନମ୍ବର ୧ ଦଳ ଭାରତ ବିଜୟ ସହିତ ସୁପର-୮ ଅଭିଯାନ ଆରମ୍ଭ କରିବ।

ସୁପର-୮ ମୁକାବିଲାର ପ୍ରଥମ ମ୍ୟାଚରେ ଭାରତୀୟ ଦଳରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଓ୍ବେଷ୍ଟଇଣ୍ଡିଜରେ ମ୍ୟାଚ ଖେଳାଯାଉଥିବା ବେଳେ ଏହାକୁ ନଜରରେ ରଖି ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରି ପାରେ ଟିମ୍‌ ଇଣ୍ଡିଆ ମ୍ୟାନଜେମେଣ୍ଟ। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ କୁଲଦୀପ ଯାଦବ ଦଳରେ ସ୍ଥାନ ପାଇ ପାରନ୍ତି। ନଚେତ୍‌ ସମାନ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇପାରବେ ଭାରତ।

ସମ୍ଭାବ୍ୟ ଏକାଦଶ:
ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା. ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ / ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ଜସପ୍ରୀତ ବୁମରା

Leave A Reply

Your email address will not be published.