ରାସ୍ତା ପାଇଁ ଆନ୍ଦୋଳନ, ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ

ଓଏଲ୍ ବ୍ୟୁରୋ: ରାସ୍ତା ପାଇଁ ୩ ଦିନ ହେଲା ଗ୍ରାମବାସୀ ପ୍ରତିବାଦ କରୁଛନ୍ତି। ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ୧୫ ନମ୍ବର ୱାର୍ଡର ଶତାଧିକ ମହିଳା ଓ ପୁରୁଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି। ୧୯ ତାରିଖ ଠାରୁ ଦିନ ରାତି ଏହି ଆନ୍ଦୋଳନ ଜାରି ରଖିଛନ୍ତିି। ୧୫ ନମ୍ବର ୱାର୍ଡର ଆଲୁଷିଂ ଓ ସିଙ୍କୋଲ ଗାଁ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତା କାମକୁ ନେଇ ବିବାଦ ଦେଖାଦେଇଛି। ସେହି ବିବାଦୀୟ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ।
ତେବେ ସରକାରୀ ରାସ୍ତାକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ଫଳରେ ୮ ମାସ ହେଲା ରାସ୍ତାକାମ ହୋଇପାରୁନାହିଁ। ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇ ନିରାଶ ହେବା ପରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ୩ ଦିନ ହେଲା ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନ ଜାରି ରଖିଛନ୍ତି।