Odisha Link
Bridging the Missing Links in Odisha

ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ, ସଙ୍କଟରେ ୭ ବିଧାୟକ

ଓଏଲ୍‌ ବ୍ୟୁରୋ: ସରିଛି ଲୋକସଭା ନିର୍ବାଚନ। ହେଲେ ସରିନାହିଁ ଉତ୍ତର ପ୍ରଦେଶ ରାଜନୈତିକ ହଟଚମଟ। ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ରାଜ୍ୟସଭା ନିର୍ବାଚନ ହୋଇଥିଲା। ସେହି ସମୟରେ ସମାଜବାଦୀ ପାର୍ଟିର ୭ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ। ଏହି ୭ ବିଧାୟକ ବିଜେପିର ଜଣେ ଅତିରିକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ଯାହାଫଳରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ ବିଜେପି ଏହାକୁ ବଡ଼ ସଫଳତାର ଆଖ୍ୟା ଦେଇଥିଲା। ଅପରପକ୍ଷେ ସପାର ସେହି ୭ ବିଧାୟକ ସେତେବଳେ ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାରଣ ସେହି ୭ ବିଧାୟକଙ୍କୁ ଏବେ ବିଜେପି ଗୁରୁତ୍ବ ଦେଉ ନାହିଁ।

ଅନ୍ୟପଟେ ୭ ବିଧାୟକଙ୍କ ବିରୋଧରେ ସମାଜବାଦୀ ପାର୍ଟି ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଗ୍ରସର ହେଉଛି। ସପାର ଜଣେ ବରିଷ୍ଠ ନେତା କହିଛନ୍ତି ଏହି ୭ ବିଧାୟକଙ୍କ ପଦ ରଦ୍ଦ କରିବା ପାଇଁ ବିଧାନସଭା ବାଚସ୍ପତିଙ୍କ ନିକଟରେ ଅପିଲ୍‌ କରିବୁ। ଶାସକ ଦଳକୁ ଭୋଟ ଦେଇ ଫାଇଦା ଉଠାଇବାକୁ ଭାବିଥିବା ୭ ବିଧାୟକଙ୍କୁ ଏବେ ବିଧାୟକ ପଦ ହରେଇ ହରଡ଼ଘଣାରେ ପଡ଼ିପାରନ୍ତି।

ସବୁଠୁ ବଡ଼କଥା ହେଲା ଯଦି ଏହି ୭ ବିଧାୟକଙ୍କ ବିଧାୟକ ପଦ ରଦ୍ଦ ହୁଏ ତେବେ ତାହାଲେ ବଡ଼ କ୍ଷତି ସହିବାକୁ ପଡ଼ିବ। କାରଣ ଉତ୍ତରପ୍ରଦେଶରେ ଆଉ ୩ ବର୍ଷ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯଦି ବିଧାୟକ ପଦ ଯାଏ ତେବେ ଏହି ୭ ବିଧାୟକ ଆଉ ବିଧାନସଭାକୁ ଯାଇ ପାରିବେ ନାହିଁ। ଯଦି ବିଧାୟକ ପଦ ରଦ୍ଦ ହେଲା ତେବେ ୭ଟି ସ୍ଥାନରେ ଉପନିର୍ବାଚନ ହେବ। ଆଉ ବିଜେପି ଯଦି ଏହି ୭ ବିଧାୟକଙ୍କୁ ଟିକେଟ ନଦିଏ ତେବେ ୭ଜଣ ନେନାଙ୍କ ରାଜନୈତିକ କ୍ୟାରିୟରରେ ବଡ଼ ୟୁ-ଟର୍ଣ୍ଣ ଦେଖିବାକୁ ମିଳିପାରେ।

Leave A Reply

Your email address will not be published.