Odisha Link
Bridging the Missing Links in Odisha

ଓଡ଼ିଶା କଂଗ୍ରେସ ସଭାପତିଙ୍କୁ କାଳିମାଡ଼

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ ଭବନରରେ ପଶି କାଳିମାଡ଼ କରିଛନ୍ତି ଅସନ୍ତୁଷ୍ଠ ଗୋଷ୍ଠୀ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ମିଳିଥିବା ସୂଚନା ମୁତାବକ, ଆଜି କଂଗ୍ରେସ ଭବନରେ ନିଜ ଚାମ୍ବରରରେ ବସିଥିବା ବେଳେ ଶରତ ପଟ୍ଟନାୟକ କିଛି ଲୋକଙ୍କ ସହିତ କଥା ହେଉଥିବା ବେଳେ ତାଙ୍କ ଉପରେ କାଳିମାଡ଼ ହୋଇଛି।

କାଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶରତ ପଟ୍ଟନାୟକ, ଏହା ମୋ ପାଇଁ ନୂଆ ନୁହେଁ। ପୂର୍ବରୁ ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା। ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। ସେ ଆହୁରି କହିଛନ୍ତି, କଂଗ୍ରେସ ଉତ୍‌ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ। ଏମିତି କେତେ ଆସିଛନ୍ତି ଯାଇଛନ୍ତି, ସେସବୁ ଖାତିର କରେନି। କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.