Odisha Link
Bridging the Missing Links in Odisha

ଦୀପାଳି ଦାସଙ୍କୁ ସବୁଜ ସଂକେତ, ଯାଞ୍ଚ ହେବ ଇଭିଏମ୍

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ନିର୍ବାଚନ। ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ଶାସନ। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ ବିରୋଧୀ ଦଳ ଆସନରେ ବସି ସାରିଛି। ହେଲେ ଏବେ ବି ବିଜୁ ଜନତା ଦଳର ପରାଜୟ ସ୍ୱୀକାର କରିପାରୁନାହାନ୍ତି ଅନେକ ନେତା ଓ କର୍ମୀ। ଏସବୁ ଭିତରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି ଝାରସୁଗୁଡା ଆସନ। କାରଣ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ଇଭିଏମ୍ ଆବେଦନ ଗ୍ରହଣ କଲେ ନିର୍ବାଚନ ଆୟୋଗ।

ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ହେଉଛନ୍ତି ଦୀପାଳି ଦାସ। ୧୩ଟି ବୁଥର ଇଭିଏମ ପୁଣି ଥରେ ଯାଞ୍ଚ ହେବ। ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ ଥିଲେ ଦୀପାଳି। ଝାରସୁଗୁଡା ଆସନରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବାଜି ମାରିଥିବାବେଳେ ଭୋଟ ବ୍ୟବଧାନ କମ ଥିବାରୁ ପୁଣି ଥରେ ଇଭିଏମ୍ ଯାଞ୍ଚ ପାଇଁ ପୂର୍ବତନ ବିଧାୟିକା ଦୀପାଳି ଦାସ ଆବେଦନ କରିଥିଲେ। ଦୀପାଳି ଦାସଙ୍କ ଇଭିଏମ୍ ଆବେଦନ ଗ୍ରହଣ କଲେ ନିର୍ବାଚନ ଆୟୋଗ।

Leave A Reply

Your email address will not be published.