Odisha Link
Bridging the Missing Links in Odisha

୨୦୩୬ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଓଏଲ୍‌ ବ୍ୟୁରୋ: ହକି ଇଣ୍ଡିଆକୁ ଆଉ ଏକ ବୁଷ୍ଟର ଡୋଜ ଦେଲେ ଓଡ଼ିଶା ସରକାର। ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆର ମହାସଚିବ ଭୋଳା ନାଥ ସିଂହ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ପରେ ଏହି ସୂଚନା ଦେଇଛନ୍ତି ହକି ଇଣ୍ଡିଆର ମହାସଚିବ।

ହକି ପାଇଁ ମୋହନ ସରକାରଙ୍କ ବଡ଼ ଘୋଷଣା। ୨୦୩୬ ମସିହା ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରୋୟୋଜକ ରହିବ ଓଡ଼ିଶା। ପୂର୍ବ ସରକାର ଅର୍ଥାତ ନବୀନ ସରକାର ୨୦୩୩ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବା ନେଇ ଘୋଷଣା କରିଥିଲା। ମୋହନ ସରକାର ତାକୁ ଆଉ ୩ ବର୍ଷ ବୃଦ୍ଧି କରି ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ। ୨୦୩୬ ମସିହାରେ ଓଡ଼ିଶାକୁ ୧୦୦ ବର୍ଷ ପୂରଣ ହେବ। ଏହାକୁ ସ୍ମରଣୀୟ କରିବା ପାଇଁ ଏବେଠୁ ଓଡ଼ିଶା ସରକାର ନେଇଛନ୍ତି ବଡ଼ ପଦକ୍ଷେ। ଯାହାଫଳରେ ୨୦୨୬ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା।

ସୂଚନାଥାଉକି, ୨୦୧୮ ମସିହାରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହି ଆସିଛି ଓଡ଼ିଶା।

Leave A Reply

Your email address will not be published.