Odisha Link
Bridging the Missing Links in Odisha

ଋଷଭ ପନ୍ତଙ୍କ ବିଶ୍ବ ରେକର୍ଡ, ବିଶ୍ବକପ୍‌ରେ ଭାଙ୍ଗିଲେ ୪ ମହାରଥୀଙ୍କ ରେକର୍ଡ

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତଙ୍କ ବିଶ୍ବ ରେକର୍ଡ। ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଆଦାମ୍‌ ଗିଲିଖ୍ରୀଷ୍ଟଙ୍କୁ ପଛରେ ପକାଇ ବିଶ୍ବ ରେକର୍ଡ ନିଜ ନାମରେ କରିଛନ୍ତି ପନ୍ତ। ଓ୍ବିକେଟ ପଛରେ କମାଲ କରି ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି ୨୬ ବର୍ଷିୟ କ୍ରିକେଟର ଋଷଭ ପନ୍ତ।

ଟି-୨୦ ବିଶ୍ବକପ୍‌ ୨୦୨୪ର ୪୩ ତମ ମ୍ୟାଚରେ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ-ଆଫଗାନିସ୍ତାନ। ଏହି ମ୍ୟାଚରେ ଋଷଭ ପନ୍ତ ୩ଟି କ୍ୟାଚ୍‌ ଧରିଥିଲେ। ଚଳିତ ବିଶ୍ବକପ୍‌ରେ ପନ୍ତ ୪ଟି ମ୍ୟାଚ୍‌ ଖେଳି ୧୦ ଜଣ ଖେଳାଳିଙ୍କୁ ଆଉଟ୍‌ କରି ସାରିଛନ୍ତି। ସେ ଆଫଗାନିସ୍ତାନର ରହମୁନହା ଗୁରବାଜ, ଗୁଲାବଦିନ ନୈବ ଓ ନଭିନ୍‌ ଉଲ୍‌ ହକ୍‌ଙ୍କ କ୍ୟାଚ୍‌ ଧରି ବିରଳ ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି।

ଟି-୨୦ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ଋଷଭ ପନ୍ତ ଓ୍ବିକେଟ ପଛରେ ସର୍ବାଧିକ ଥର ବ୍ୟାଟସମ୍ୟାନ୍‌ଙ୍କ ଶିକାର କରିଛନ୍ତି। ସେ ଚଳିତ ବିଶ୍ବକପ୍‌ରେ ଓ୍ବିକେଟ ପଛରେ ରହି ୧୦ ଜଣଙ୍କୁ ପ୍ୟାଭିଲିଅନ୍‌ ପଠାଇ ଏହି ତାଲିକାରେ ଆଗରେ ଥିବା ବେଳେ ଦ୍ବିତୀୟ ତାଲିକାରେ ଆଦାମ୍‌ ଗିଲଖ୍ରୀଷ୍ଟ ରହିଛନ୍ତି। ସେ ଗୋଟିଏ ବିଶ୍ବକପ୍‌ ସଂସ୍କରଣରେ ସର୍ବାଧିକ ୯ ଜଣ ଖେଳାଳିଙ୍କୁ ପ୍ୟାଭିଲିଅନ୍‌ ପଠାଇଥିଲେ। ତାଙ୍କ ପଛକୁ ଶ୍ରୀଲଙ୍କାର ପୂର୍ବତନ ଖେଳାଳି କୁମାର ସାଙ୍ଗାକାରା, ଏବି ଡିଭିଲିୟର୍ସ ମଧ୍ୟ ରହିଛନ୍ତି। ଏହି ସମସ୍ତ ଖେଳାଳି ୯ଜଣ ଖେଳାଳିଙ୍କୁ ପ୍ୟାଭିଲିଅନ୍‌ ପଠାଇଛନ୍ତି।

Leave A Reply

Your email address will not be published.