Odisha Link
Bridging the Missing Links in Odisha

ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ, ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ବିଭାଗର ତତ୍ପରତା

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ନାନ ପୂର୍ଣ୍ଣିମା ପାଇଁ ୭୦ ପ୍ଲାଟୁନ ପୁଲିସ ଫୋର୍ସ ସହ ଅଭିଜ୍ଞ ଅଧିକାରୀ ମାନେ ମଧ୍ୟ ମୁତୟନ ରହିବେ। ଏନେଇ ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ସ୍ନାନପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ କଟକଣା ଜାରି ହୋଇଛି। ଆସନ୍ତାକାଲି କେବଳ ସିଂହଦ୍ବାର ଦେଇ ପଶିବେ ଶ୍ରଦ୍ଧାଳୁ। ସିଂହଦ୍ଵାରରେ ପଶି ଅନ୍ୟ ୩ଟି ଦ୍ବାରରେ ବାହାରିବେ। ବଡ଼ଦାଣ୍ଡ ବା ଶ୍ରୀମାର୍ଗ ବାଟ ଦେଇ ଘରକୁ ଯାଇପାରିବେ। ପହଣ୍ଡି ଦର୍ଶନ ପାଇଁ ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ଯିବେ।

ଅନ୍ୟପଟେ, ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟା ସ୍ଥିତିକୁ ନେଇ ନିୟମାବଳୀ ଜାରି କରାଯାଇଛି। ଭୁବନେଶ୍ୱର ଏବଂ କୋଣାର୍କ ପାର୍ଶ୍ଵରୁ ଆସୁଥିବା ଯାତ୍ରୀବାହୀ ବସ ଗୁଡିକୁ ମ୍ୟୁନିସିପାଲିଟି ବସ ଷ୍ଟାଣ୍ଡରେ ପ୍ରବେଶ କରିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ଅଂଚଳରୁ ଆସୁଥିବା ବସ ଗୁଡିକର ଆବଶ୍ୟକତା ଅନୁଯାୟୀ ପଥ ପରିବର୍ତ୍ତନ କରାଯାଇପାରେ।

ଡାକ୍ତରଖାନା ଛକ ଯାଏ ଟାଉନ୍ ବସ, ଅଟୋରିକ୍ସାକୁ ଅନୁମତି ମିଳିଛି। ପ୍ରୋଟକଲ ଭେଇକିଲ ଗଦାଧର ହାଇସ୍କୁଲରେ ପାର୍କିଂ କରିବେ। ଭୁବନେଶ୍ୱର ପଟୁ ଆସୁଥିବା ହାଲୁକାଯାନ ପାଇଁ କଟକଣା। ହରେକୃଷ୍ଣପୁର ଛକରୁ ଡାଇଭର୍ଟ ହେବେ, ଜେବିପିସିରେ ପାର୍କିଂ କରିପାରିବେ। ବ୍ରହ୍ମଗିରି ପଟୁ ଆସୁଥିବା ହାଲୁକାଯାନ ମଂଗଳାଘାଟରୁ ଡାଇଭର୍ଟ ହେବ। ଯାତ୍ରିକା, ନୀଳାଚଳ ଅଶୋକ, ବ୍ଲୁ ଫ୍ଲାଗରେ ପାର୍କିଂ କରିବେ।

କୋଣାର୍କ ପଟୁ ଆସୁଥିବା ହାଲୁକାଯାନ ଗ୍ରୀଡ୍ ଷ୍ଟେସନ ଛକରୁ ଡାଇଭର୍ଟ ହୋଇ ନୀଳାଚଳ ଅଶୋକ ଏବଂ ବ୍ଲୁ ଫ୍ଲାଗ ବିଚରେ ପାର୍କିଂ କରିବେ। ବଡ଼ଦାଣ୍ଡ ପୂର୍ବପଟରୁ ନାୟକ ପ୍ଳାଜା ଯାଏ ଦୁଇ ଚକିଆ ପାର୍କିଂ ହେବ। ଆବଶ୍ୟକ ପଡ଼ିଲେ ଜେଲ୍ ରୋଡ୍ ଆଉ ଶରଧାବାଲିରେ ପାର୍କିଂ କରାଯିବ। ମାର୍କେଟ୍ ଛକରୁ ଜଗା ବଳିଆ ଲଜ୍ ନୋ ଭେଇକିଲ ଜୋନ୍ କରାଯାଇଛି।

Leave A Reply

Your email address will not be published.