ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କଡ଼ା କଟକଣା, ଜାଣନ୍ତୁ କ’ଣ ରହିଛି ଟ୍ରାଫିକ ନିୟମାବଳୀ..
![](https://www.odishalink.com/wp-content/uploads/2024/06/WhatsApp-Image-2024-06-21-at-11.48.23-AM-750x430.jpeg)
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ କଟକଣା ଜାରି ହୋଇଛି। ଆସନ୍ତାକାଲି କେବଳ ସିଂହଦ୍ବାର ଦେଇ ପଶିବେ ଶ୍ରଦ୍ଧାଳୁ। ସିଂହଦ୍ଵାରରେ ପଶି ଅନ୍ୟ ୩ଟି ଦ୍ବାରରେ ବାହାରିବେ। ବଡ଼ଦାଣ୍ଡ ବା ଶ୍ରୀମାର୍ଗ ବାଟ ଦେଇ ଘରକୁ ଯାଇପାରିବେ। ପହଣ୍ଡି ଦର୍ଶନ ପାଇଁ ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ଯିବେ।
ଅନ୍ୟପଟେ, ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟା ସ୍ଥିତିକୁ ନେଇ ନିୟମାବଳୀ ଜାରି କରାଯାଇଛି। ଭୁବନେଶ୍ୱର ଏବଂ କୋଣାର୍କ ପାର୍ଶ୍ଵରୁ ଆସୁଥିବା ଯାତ୍ରୀବାହୀ ବସ ଗୁଡିକୁ ମ୍ୟୁନିସିପାଲିଟି ବସ ଷ୍ଟାଣ୍ଡରେ ପ୍ରବେଶ କରିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ଅଂଚଳରୁ ଆସୁଥିବା ବସ ଗୁଡିକର ଆବଶ୍ୟକତା ଅନୁଯାୟୀ ପଥ ପରିବର୍ତ୍ତନ କରାଯାଇପାରେ।
ତେବେ ଏନେଇ ସବିଶେଷ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା..
https://x.com/SJTA_Puri/status/1803850083966030031/photo/1