Odisha Link
Bridging the Missing Links in Odisha

ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ୍, ଏଣିକି ପ୍ରଶ୍ନପତ୍ର ପ୍ରଘଟ କଲେ ମିଳିବ କଠୋର ଦଣ୍ଡ

ଓଏଲ୍‌ ବ୍ୟୁରୋ: ନିଟ୍‌ ପରୀକ୍ଷା ବିବାଦ ସାରା ଦେଶରେ ଚାଲିଥିବା ବେଳେ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ। ଦେଶରେ ବିଭିନ୍ନ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହେଉଥିବାରୁ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଦେଶରେ ପ୍ରଶ୍ନପତ୍ର ପ୍ରଘଟ ନିରୋଧ ଆଇନ (ଆଣ୍ଟି ପେପର ଲିକ୍‌‌ ଲ’) ଲାଗୁ କରିଛନ୍ତି। ଚଳିତ ମାସ ଜୁନ ୨୧ ତାରିଖରୁ ଏହା ଲାଗୁ କରାଯାଇଛି। କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି।

ମିଳିବ କଠୋର ଦଣ୍ଡ:
ପ୍ରଶ୍ନପତ୍ର ପ୍ରଘଟ ନିରୋଧ ବିଲ୍‌‌ ଚଳିତବର୍ଷ ଫେବ୍ରୁଆରୀ ମାସରେ ସଂସଦରେ ପାରିତ ହୋଇଥିଲା। ଏହି ଆଇନ ଲାଗୁ ହେବା ପରେ ଏଣିକି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧ କୋଟି ଟଙ୍କା ଜରିମାନାରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ସାବର୍ଜନିକ ପରୀକ୍ଷାରେ ଅନୁଚିତ ଉପାୟ ଅବଲମ୍ବନ କରୁଥିବା ଧରାପଡ଼ିଲେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

ସୂଚନାଥାଉକି, ଚଳିତବର୍ଷ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌‌) ଏବଂ ୟୁଜିସି ନେଟ୍‌‌ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ସରକାର କଠୋର ପଦକ୍ଷେପ ସ୍ୱରୂପ ଏହି ଆଇନକୁ ଲାଗୁ କରିଛନ୍ତି।

Leave A Reply

Your email address will not be published.