Odisha Link
Bridging the Missing Links in Odisha

ସୁପର-୮: ଆଜି ଭାରତ-ବାଂଲାଦେଶ ଲଢ଼େଇ, ଦଳରୁ ବାଦ ପଡ଼ିପାରନ୍ତି ଏହି ଖେଳାଳି

ଓଏଲ୍‌ ବ୍ୟୁରୋ: ସୁପର-୮ ମୁକାବିଲାର ଦ୍ବିତୀୟ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଆଜି ବାଂଲାଦେଶକୁ ଭେଟିବ ଭାରତ। ବାଂଲାଦେଶ ବିପକ୍ଷରେ ଭାରତ ବିଜୟୀ ହେଲେ ସେମିଫାଇନାଲ୍‌ ପାଇଁ ଗୋଟିଏ ପାଦ ବଢ଼ାଇବ। ଆଜି ସନ୍ଧ୍ୟାରେ ସାର ଭିଭିଆନ୍‌ ରିଚାର୍ଡସ୍‌ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ।

ଗ୍ରୁପ୍‌ ଷ୍ଟେଜରେ ଭାରତ ଅପରାଜେୟ ରହି ସୁପର-୮ର ପ୍ରଥମ ମୁକାବିଲାରେ ମଧ୍ୟ ବିଜୟ ହାସଲ କରିଥିଲା। ଆଫଗାନିସ୍ତାନ ଟିମ୍‌କୁ ହରାଇଥିଲା ଭାରତ। ବାଂଲାଦେଶ ସୁପର-୮ ମୁକାବିଲାର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ବେଳେ ଦଳ ଏବେ ଦମଦାର ଫର୍ମରେ ଅଛି ଯାହା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟି ପାରେ।

ସୁପର-୮ ମୁକାବିଲାର ଦ୍ବିତୀୟ ମ୍ୟାଚରେ ଭାରତୀୟ ଦଳରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଓ୍ବେଷ୍ଟଇଣ୍ଡିଜରେ ମ୍ୟାଚ ଖେଳାଯାଉଥିବା ବେଳେ ଏହାକୁ ନଜରରେ ରଖି ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରି ପାରେ ଟିମ୍‌ ଇଣ୍ଡିଆ ମ୍ୟାନଜେମେଣ୍ଟ। ଅଲରାଉଣ୍ଡର ଶିବମ ଦୁବେଙ୍କ ସ୍ଥାନରେ ସଞ୍ଜୁ ସାମସନ୍‌ କିମ୍ବା ଯଶ୍ବସୀ ଜୟଶ୍ବାଲଙ୍କୁ ଦଳରେ ସ୍ଥାନ ମିଳିପାରେ। ନଚେତ୍‌ ସମାନ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇପାରବେ ଭାରତ।

ସମ୍ଭାବ୍ୟ ଏକାଦଶ:
ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ / ସଞ୍ଜୁ ସାମସନ୍, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା. ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ , ଅର୍ଶଦୀପ ସିଂହ, ଜସପ୍ରୀତ ବୁମରା

Leave A Reply

Your email address will not be published.