ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା, ୫ ଗିରଫ
![](https://www.odishalink.com/wp-content/uploads/2024/06/Neet-2.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍ ପରୀକ୍ଷା ବିବାଦ। ସାରା ଦେଶରେ ଜୋରଦାର ବିରୋଧ ଜାରି ରହିଥିବା ବେଳେ ବିହାର ପୁଲିସକୁ ମିଳିଛି ବଡ଼ ସଫଳତା।ଏହି ମାମଲାରେ ବିହାର ପୁଲିସର ଇକୋନୋମିକ୍ ଅଫେନ୍ସ ୟୁନିଟ୍ ତଥା ଇଓଡବ୍ଲୁ ଆଉ ୫ ଜଣଙ୍କୁ ଗରିଫ କରିଛି।
ମିଳିଥିବା ସୂଚନା ମୁତାବକ, ଝାଡ଼ଖଣ୍ଡର ଦେଓଘର ଅଞ୍ଚଳରୁ ପେପର୍ ଲିକ୍ ମାମଲରେ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଏହି ମାମଲାରେ ଅନ୍ୟ ୧୦ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି। ଇଓଡବ୍ଲୁ ଦେଓଘରର ସିଣ୍ଟୁ କୁମାର, ରାଞ୍ଚି ସ୍ଥିତ କଙ୍କେରରେ ରହୁଥିବା ଅଭିଷେକ କୁମାର ଏବଂ ତାଙ୍କ ବାପା ଅଓ୍ୱଧେଶଙ୍କ ସମେତ ସମସ୍ତିପୁରର ଅନୁରାଗ ଯାଦବ, ଦାନପୁର ପାଟନାର ଆୟୁଷ କୁମାର, ଗାୟାର ଶିବାନନ୍ଦ କୁମାରଙ୍କୁ ଗିରଫ କରିଛି।
ତଦନ୍ତ ପରେ ହଜାରିବାଗ ସେଣ୍ଟରରୁ ପ୍ରଥମେ ନିଟ୍ ପେପର୍ ଲିକ୍ ହୋଇଥିବା ନେଇ ଖୁଲାସା ହୋଇଛି। ସୂଚନା ଅନୁସାରେ ପାଟନାରୁ ଉଦ୍ଧାର ହୋଇଥିବା ପୋଡା ପ୍ରଶ୍ନପତ୍ର ବୁକଲେଟକୁ ଆଧାର କରି ହାଜରିବାଗର ସେଣ୍ଟରରୁ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ଜଣାପଡିଛି।