Odisha Link
Bridging the Missing Links in Odisha

ସ୍ନାନମଣ୍ଡପରେ ଶ୍ରୀଜିଉ, ସାଢ଼େ ୩ଟାରୁ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ବଡ଼ ଦେଉଳର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ୧୦୮ ସୁବାସିିତ ଜଳରେ ସ୍ନାକ କରିବେ ଶ୍ରୀଜିଉ। ପରେ ଦୁର୍ଲଭ ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ।

ଆଜି ୫ଟାରୁ ଶ୍ରୀବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏବେ ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନମଣ୍ଡପରେ ବିରାଜମାନ ହୋଇ ସାରିଛନ୍ତି। ମଧ୍ୟାହ୍ନ ୧୨ଟା ୨୦ରେ ଜଳ ବିଜେ ନୀତି କରାଯିବ। ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି।

ଭକ୍ତମାନେ ବ୍ୟାରିକେଡରେ ସିଂହଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ। ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଇବେ।ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ମିରିଚିକୋଟ ଛକ ଓ ମରିଚିକୋଟ ଛକରୁ ଶ୍ରୀନଅର ଯାଏଁ ସ୍ୱତନ୍ତ୍ର ବ୍ୟାରିକେଡ ହୋଇଛି ।

Leave A Reply

Your email address will not be published.