ଲାଗି ରହିଛି ନିଟ୍ ବିବାଦ: ଆଜି ପରୀକ୍ଷା ଦେବେ ୧,୫୬୩ ଛାତ୍ରଛାତ୍ରୀ
![](https://www.odishalink.com/wp-content/uploads/2024/06/feg.png)
ଓଏଲ୍ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍ ପରୀକ୍ଷା ବିବାଦ। ସାରା ଦେଶରେ ଜୋରଦାର ବିରୋଧ ଜାରି ରହିଥିବା ବେଳେ ବିହାର ପୁଲିସକୁ ମିଳିଛି ବଡ଼ ସଫଳତା।ଏହି ମାମଲାରେ ବିହାର ପୁଲିସର ଇକୋନୋମିକ୍ ଅଫେନ୍ସ ୟୁନିଟ୍ ତଥା ଇଓଡବ୍ଲୁ ଆଉ ୫ ଜଣଙ୍କୁ ଗରିଫ କରିଛି। ଅନ୍ୟପଟେ ଆଜି ଦେଶର ୬ଟି ସହରରେ ହେବ ନିଟ୍ ୟୁଜି ପରୀକ୍ଷା।ଗ୍ରେସ୍ ମାର୍କ ପାଇଥିବା କେବଳ ୧୫୬୩ ପିଲାଙ୍କ ପାଇଁ ଏହି ପରୀକ୍ଷା ହେଉଛି।
ଆଜି ଅପରାହ୍ନରେ ପରୀକ୍ଷା ହେବ। ଅପରାହ୍ନ ୨ଟାରୁୁ ୫ଟା ୨୦ ପର୍ଯ୍ୟନ୍ତ କରାଯିବ। ଏହି ସମୟରେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବେ। ସୂଚନାଥାଉକି, ମେ’ ୫ ତାରିଖରେ ନିଟ୍ ୟୁଜି ପରୀକ୍ଷା ହୋଇଥିଲା। ତେବେ ଏହି ପରୀକ୍ଷାରେ ପେପର୍ ଲିକ୍ ହୋଇଥିବା କଥା ସାମ୍ନାକୁ ଆସିଛି। ଏହି ମାମଲା ସୁପ୍ରିମକୋର୍ଟରେ ଅଛି। ଗତ ଥରର ପରୀକ୍ଷାରେ ମିଳିଥିବା ଗ୍ରେସ୍ ମାର୍କକୁ ରଦ୍ଦ କରାଯିବା ପରେ ପୁନର୍ବାର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଆଜି ଆୟୋଜିତ କରାଯାଉଛି। ତେବେ ନିଟ୍-ୟୁଜି କାଉନସେଲିଂ ରଦ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।
ଶନିବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାର ଆଜି ଅନୁଷ୍ଠିତ ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଖୁବ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ ବୋଲି ସରକାର କହିଛନ୍ତି। ଛାତ୍ରଛାତ୍ରୀଙ୍କ ହିତ ତଥା ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି।