Odisha Link
Bridging the Missing Links in Odisha

ସୁପର-୮: ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ, ଅଷ୍ଟ୍ରେଲିଆକୁ ୨୧ ରନ୍‌ରେ ହରାଇଲା ଆଫଗାନିସ୍ତାନ

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ରେ ବଡ଼ ଓଲଟପାଲଟ। ସୁପର-୮ ମୁକାବିଲାରେ ବିଶ୍ବ କ୍ରିକେଟର ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ। ଚଳିତ ବିଶ୍ବକପ୍‌ର ୪୮ ତମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତନା। ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୧ ରନ୍‌ରେ ହରାଇଲା ଆଫଗାନିସ୍ତାନ। ମ୍ୟାଚର ଶ୍ରେଷ୍ଠ ଖେଳାଳି ଗୁଲବାଦିନ ନୈବ ବିବେଚିତ ହୋଇଛନ୍ତି।

ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୪୮ ରନ୍‌ ସ୍କୋର କରିଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ୧୪୯ ରନର ବିଜୟ ଲକ୍ଷ୍ୟ ରହିଥିଲା। ଅଷ୍ଟ୍ରେଲିଆ ଦଳ ବିଜୟ ଲକ୍ଷ୍ୟକୁ ପିଛା କରି ୧୯ ଓଭର ୨ଟି ବଲରେ ସମସ୍ତ ଓ୍ବିକେଟ ହରାଇ ମୋଟ ୧୨୭ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଯାହାଫଳରେ ୨୧ ରନରେ ବିଜୟ ହାସଲ କରିଥିଲା ଆଫଗାନିସ୍ତାନ ଟିିମ୍।

ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଛି ଆଫଗାନିସ୍ତା। ଦୁଇ ଦଳ ୬ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ହେଲେ ପ୍ରଥମଥର ପାଇଁ ଆଫଗାନିସ୍ତାନଠୁ ପରାଜିତ ହୋଇଛି ଅଷ୍ଟ୍ରେଲିଆ। ଚଳିତ ବିଶ୍ବକପ୍‌ର ସବୁଠୁ ବଡ଼କଥା ହେଲା ଆରନସ୍‌ ଭଲେ ଗ୍ରାଡଣ୍ଡରେ ଖେଳାଯାଇଥିବା ୪ଟି ମ୍ୟାଚରେ ଯେଉଁ ଦଳ ପ୍ରଥମେ ବ୍ୟାଟିଂ କରିଛି ସେହି ଦଳ ହିଁ ମ୍ୟାଚରେ ବାଜି ମାରିଛି।

Leave A Reply

Your email address will not be published.