Odisha Link
Bridging the Missing Links in Odisha

ବିଶ୍ବର ପ୍ରଥମ କ୍ରିକେଟର, ଯିଏ ୪୫ ଦେଶ ବିପକ୍ଷରେ ହାସଲ କରିଛନ୍ତି ବିଜୟ

ଓଏଲ୍‌ ବ୍ୟୁରୋ: ଚଳିତ ଟି-୨୦ ବିଶ୍ବକପ୍‌ରେ ଆଫଗାନିସ୍ତାନ ଟିମ୍‌ ଅଷ୍ଟ୍ରେଲିଆକୁ ହରାଇ ଅଙ୍କ ଗୋଳମାଳ କରି ଦେଇଛି। ଯାହାଫଳରେ ଅଷ୍ଟ୍ରେଲିଆ ଦଳ ସେମି ଫାଇନାଲ ଦୌଡ଼ରେ ରହିବାକୁ ହେଲେ ଆଜି ଭାରତ ବିପକ୍ଷ ମ୍ୟାଚ ଜିତିବାକୁ ପଡ଼ିବ। ନଚେତ ବିଶ୍ବକପ୍‌ରୁ ବିଦା ହେବ। ବିଶ୍ବକପ୍‌ର ୪୮ ତମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୧ ରନ୍‌ରେ ଅଷ୍ଟ୍ରେଲିଆକୁ ୨୧ ରନ୍‌ରେ ପରାସ୍ତ କରି ବିଶ୍ବ କ୍ରିକେଟରେ ଇତିହାସ ରଚିଛି। ଏଥିସହିତ ଟିମ୍‌ର ଷ୍ଟାର ଖେଳାଳି ମହମ୍ମଦ ନାବି ମଧ୍ୟ ବିଶ୍ବ କ୍ରିକେଟରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି।

ଅଷ୍ଟ୍ରେଲିଆକୁ ହରାଇ ଆଫଗାନିସ୍ତାନ ୪୫ଟି ଦେଶ ବିପକ୍ଷରେ ବିଜୟ ହାସଲ କରିବାର କାରନାମ ନିଜ ନାମରେ କରିଛି। ଆଉ ସବୁଠୁ ବଡ଼କଥା ହେଲା ମହମ୍ମଦ ନାବି ଏକମାତ୍ର ଖେଳାଳି ଯିଏ ୪୫ଟି ଆନ୍ତର୍ଜାତୀୟ ଦଳ ବିପକ୍ଷରେ ବିଜୟ ହାସଲ କରିଥିବା ଆଫଗାନିସ୍ତାନ ଟିମ୍‌ର ସଦସ୍ୟ ରହିଛନ୍ତି। ଏହି କ୍ରମରେ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି ମହମ୍ମଦ ନାବି। ଏହି ଆଫଗାନ କ୍ରିକେଟରଙ୍କ ବ୍ୟତୀତ ଅନ୍ୟ କୌଣସି ଦେଶର ଖେଳାଳି ଏହି କାରନାମା କରିବାରେ ସଫଳ ହୋଇ ନାହାନ୍ତି।

Leave A Reply

Your email address will not be published.