Odisha Link
Bridging the Missing Links in Odisha

ତୀର୍ଥଯାତ୍ରା ହେବ ଆହୁରି ସରଳ, ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍

ଓଏଲ୍‌ ବ୍ୟୁରୋ: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ତୀର୍ଥଯାତ୍ରା ଆହୁରି ସରଳ ହେବ। କାରଣ ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରକୁ ଖୁବଶୀଘ୍ର ଗଡ଼ିବ ବସ୍। ଆଜି ରାଜ୍ୟ ସଡକ ପରିବହନ ନିଗମ ବୈଠକରେ ଏନେଇ ଆଲୋଚନା ହୋଇଛି। ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବନାରସ ଭଳି ତୀର୍ଥକ୍ଷେତ୍ରକୁ ଚଳାଚଳ ନେଇ ଯୋଜନା ରହିଛି।

ଅନ୍ୟପଟେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇ ଉଠିଛି। ରଥଯାତ୍ରାକୁ ନଜରରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଏସବୁ ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍ । ଭକ୍ତଙ୍କ ସୁବିଧା ପାଇଁ ଏହି ବ୍ୟବସ୍ତା ହେବା ନେଇ ରାଜ୍ୟ ସଡକ ପରିବହନ ନିଗମ ବୈଠକରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.