ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ, ଭବ୍ୟ ସ୍ୱାଗତ କଲେ ଗ୍ରାମବାସୀ
![](https://www.odishalink.com/wp-content/uploads/2024/06/MO-4.jpg)
ଓଏଲ୍ ବ୍ୟୁରୋ: ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳା ଗସ୍ତରେ ଯାଇଛନ୍ତି। ଆଜିର ଗସ୍ତକୁ ନେଇ ସମସ୍ତଙ୍କ ମନରେ ନୂଆ ଉତ୍ସାହ ରହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏଥିଲାଗି ସାରା ଗାଁ ଉତ୍ସବମୁଖର। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ତାଙ୍କ ପୈତୃକ ଘରେ ପ୍ରସ୍ତୁତ ହୋଇଛି ପ୍ରିୟ ଓଡ଼ିଆ ଖାଦ୍ୟ। ମୋହନ ଚରଣ ମାଝୀଙ୍କ ପାଇଁ ପଖାଳ, ବାଡ଼ି ଶାଗ ଭଜା, ଝୁଡୁଙ୍ଗ ଆଳୁ ଭଜା, ଆଳୁ କୁନ୍ଦୁରି ଭଜା, ଆଳୁ ଭର୍ତ୍ତା, ବାଇଗଣ ପୋଡ଼ା, ବଡ଼ି ଚୁରା ଓ ଆଚାର ପ୍ରସ୍ତୁତ ହୋଇଛି। ଏହିସବୁ ଖାଦ୍ୟକୁ ତାଙ୍କ ପରିବାରର ମହିଳାମାନେ ପ୍ରସ୍ତୁତ କରିଛନ୍ତି।