ଚଳଚଞ୍ଚଳ କେନ୍ଦୁଝର, ଆଜି ନିଜ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳା ଗସ୍ତରେ ଯିବେ। ଆଜିର ଗସ୍ତକୁ ନେଇ ସମସ୍ତଙ୍କ ମନରେ ରହିଛି ନୂଆ ଉତ୍ସାହ। ଏଥିଲାଗି ସାରା ଗାଁ ଉତ୍ସବମୁଖର। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ତାଙ୍କ ପୈତୃକ ଘରେ ପ୍ରସ୍ତୁତ ହୋଇଛି ପ୍ରିୟ ଓଡ଼ିଆ ଖାଦ୍ୟ।
ମୋହନ ଚରଣ ମାଝୀଙ୍କ ପାଇଁ ପଖାଳ, ବାଡ଼ି ଶାଗ ଭଜା, ଝୁଡୁଙ୍ଗ ଆଳୁ ଭଜା, ଆଳୁ କୁନ୍ଦୁରି ଭଜା, ଆଳୁ ଭର୍ତ୍ତା, ବାଇଗଣ ପୋଡ଼ା, ବଡ଼ି ଚୁରା ଓ ଆଚାର ପ୍ରସ୍ତୁତ ହୋଇଛି। ଏହିସବୁ ଖାଦ୍ୟକୁ ତାଙ୍କ ପରିବାରର ମହିଳାମାନେ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାଁରେ ପାଖାପାଖି ୨ଟା ୪୫ ମିନିଟରେ ପହଞ୍ଚିବେ ବୋଲି ସୂଚନା ରହିଛି।ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜନ୍ମମାଟିରେ ସ୍ବାଗତ ସମ୍ବର୍ଦ୍ଧନା ଲାଗି ବ୍ୟାପକ ଆୟୋଜନ ଚାଲିଛି।