Odisha Link
Bridging the Missing Links in Odisha

ସଂସଦର ସ୍ୱତନ୍ତ୍ର ଅଧିବେଶନ: ଓଡ଼ିଆରେ ଦସ୍ତଖତ କଲେ ଧର୍ମେନ୍ଦ୍ର

ଓଏଲ୍‌ ବ୍ୟୁରୋ: ଆଜିଠୁ ଅଷ୍ଟାଦଶ ଲୋକସଭା ଆରମ୍ଭ ହୋଇଛି। କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ନବ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଉଛନ୍ତି। ଏହି କ୍ରମରେ ପ୍ରଥମ ସାଂସଦ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ପରେ ପରେ ଅନ୍ୟ ସାଂସଦ ମାନେ ଶପଥ ଗ୍ରହଣ କରୁଥିବାବେଳେ ଓଡ଼ିଆରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଭାଷାରେ ଶପଥ ନେବା ସହ ଓଡ଼ିଆରେ ଦସ୍ତଖତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜୁଏଲ୍ ଓରାମ ମଧ୍ୟ ନିଜ ମାତୃଭାଷା ଓଡିଆରେ ଶପଥ ପାଠ କରିଥିଲେ, ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଆ ଭାଷାରେ ଶପଥ ପାଠ କରିଥିବା କାରଣରୁ ଲୋକସଭା ଭବନରେ ଓଡ଼ିଆ ଅସ୍ମିତାର ଗୁଞ୍ଜରଣ ହୋଇଥିଲା।

ଓଡ଼ିଆ ଭାଷାରେ କେନ୍ଦ୍ରମନ୍ତ୍ରୀ ଶପଥ ନେଇ କହିଥିଲେ “ମୁଁ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇ ଈଶ୍ୱରଙ୍କ ନାମରେ ଶପଥ କରୁଅଛି ଯେ ମୁଁ ବିଧି ଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ରଖିବି, ମୁଁ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବି ଏବଂ ମୁଁ ଯେଉଁ ପଦ ଗ୍ରହଣ କରିବାକୁ ଯାଉଅଛି ତାହାର କର୍ତ୍ତବ୍ୟ ଶ୍ରଦ୍ଧାପୂର୍ବକ ନିର୍ବାହ କରିବି।”

ଶପଥ ପାଠ ନେଇ ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ “୧୮ତମ ଲୋକସଭାର ସାଂସଦ ସଦସ୍ୟ ଭାବରେ ଶପଥ ଗ୍ରହଣ କରି ଗୌରବ ଅନୁଭବ କରୁଛି । ସମ୍ବଲପୁବାସୀଙ୍କ ସମେତ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ସମାଜର ସେବା କରିବା ପାଇଁ ସବୁବେଳେ ଚେଷ୍ଟା କରିବି। ”

Leave A Reply

Your email address will not be published.