ସଂସଦର ସ୍ୱତନ୍ତ୍ର ଅଧିବେଶନ: ଓଡ଼ିଆରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
![](https://www.odishalink.com/wp-content/uploads/2024/06/DHRAMENDRA.jpg)
ଓଏଲ୍ ବ୍ୟୁରୋ: ଆଜିଠୁ ଅଷ୍ଟାଦଶ ଲୋକସଭା ଆରମ୍ଭ ହୋଇଛି। କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ନବ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଉଛନ୍ତି। ଦୁଇ ଦିନ ଧରି ଚାଲିବ ଏହି ପ୍ରକ୍ରିୟା। ଏହି କ୍ରମରେ ପ୍ରଥମ ସାଂସଦ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ପରେ ପରେ ଅନ୍ୟ ସାଂସଦ ଭାବେ ଶପଥ ଗ୍ରହଣ କରୁଥିବାବେଳେ ଓଡ଼ିଆରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସୂଚନା ଅନୁସାରେ, ଆଜି ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବେ। ଏହାପରେ ୨୬ ତାରିଖରେ ବାଚସ୍ପତି ନିର୍ବାଚନ। କାମଚଳା ବାଚସ୍ପତି ଭାବେ ଶପଥ ଭର୍ତ୍ତୃହରି ମହତାବ ନେଇଛନ୍ତି। ମହାମହିମ ରାଷ୍ଟ୍ରପତି କାମଚଳା ବାଚସ୍ପତି ଭାବେ ଶପଥ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଛନ୍ତି।