Odisha Link
Bridging the Missing Links in Odisha

ରାଜ୍ୟସଭା ନେତା ନିର୍ବାଚିତ ହେଲେ ଜେପି ନଡ୍ଡା

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ସଂସଦର ସ୍ବତନ୍ତ୍ର ଅଧିବେଶନ। ନିର୍ବାଚିତ ସାଂସଦ ସଂସଦରେ ନେଉଛନ୍ତି ଶପଥ। ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟିର ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା। ଆଜି ସଂସଦର ରାଜ୍ୟସଭା ସଦନର ନେତା ଭାବେ ଜେପି ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି।

ପିୟୁଷ ଗୋଏଲଙ୍କ ସ୍ଥାନରେ ରାଜ୍ୟସଭା ନେତା ଭାବେ ଜେପି ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି। ବିଜେପି ସରକାରର ତୃତୀୟ ପାଳିର କ୍ୟାବିନେଟରେ ନଡ୍ଡାଙ୍କୁ ମନ୍ତ୍ରୀ ପାହ୍ୟା ମିଳିଛି। ଚଳିତ ମାସ ପ୍ରାରମ୍ଭରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ବ୍ୟତୀତ ତାଙ୍କୁ ରସାୟନ ଓ ସାର ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ଦିଆଯାଇଛି।

Leave A Reply

Your email address will not be published.