Odisha Link
Bridging the Missing Links in Odisha

ଖୁବ୍‌ଶୀଘ୍ର ଖୋଲିବ ରତ୍ନଭଣ୍ଡାର, ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ଏହାର ସୁରକ୍ଷା ନେଇ କ୍ରମାଗତ ପ୍ରଶ୍ନ ଉଠି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଚାବି ଖୋଲିବା ପାଇଁ ଆଗ୍ରହ ଦେଖାଇଛନ୍ତି। ଏସବୁ ଭିତରେ ରତ୍ନଭଣ୍ଡାର ନିଶ୍ଚିତ ଖୋଲା ଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି। ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍‌ଲାଇନ୍‌ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ପୂର୍ବରୁ ଏଏସ୍‌ଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆସନ୍ତା ଜୁଲାଇ ୮ ତାରିଖରେ ପୂର୍ବ ଘୋଷଣା ଅନୁସାରେ ରତ୍ନଭଣ୍ଡାର ଖୋଲାଯାଇପାରେ। ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରୁଥିବାରୁ ସେତେବେଳେ ଏହି କାର୍ଯ୍ୟ କରିବା ସହଜ ହେବ। କେବଳ ରତ୍ନଭଣ୍ଡାରର ଚାବି ଖୋଲାଯିବ ନାହିଁ, ଏହାର ଆବଶ୍ୟକୀୟ ସୁରକ୍ଷା ଓ ମରାମତି କାର୍ଯ୍ୟ ମଧ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହି ସମୟରେ କରିବ। ତେବେ ସରକାରଙ୍କ ପକ୍ଷରୁ ପରେ ସ୍ପଷ୍ଟ କରି ଦିଆଯାଇଥିଲା ଯେ ରତ୍ନଭଣ୍ଡାର ଚାବି ଖୋଲିବା ନିର୍ଦ୍ଦିଷ୍ଟ ତାରିଖ ବିଷୟରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆ ଯାଇନାହିଁ।

Leave A Reply

Your email address will not be published.