Odisha Link
Bridging the Missing Links in Odisha

ସାରା ରାଜ୍ୟକୁ ଅଗ୍ରସର ହେଲା ମୌସୁମୀ, ବଢ଼ିବ ବର୍ଷାର ପରିମାଣ

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିବ ତ୍ରାହି। ଅତ୍ୟଧିକ ତାପମାତ୍ରାରେ ଅତିଷ୍ଟ ହୋଇପଡିଥିବା ରାଜ୍ୟର ଅନେକ ଅଂଚଳରେ ବର୍ଷାର ପରିମାଣ ବଢିବାର ଆଶଙ୍କା ରହିଛି। ପାଖାପାଖି ସମସ୍ତ ଜିଲ୍ଲାରେ ମୌସୁମୀ ବାୟୁ ଅଗ୍ରସର ହେଉଛି। କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ମୌସୁମୀ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ସୂଚନା ମୁତାବକ, ଆସନ୍ତା ୫ ଦିନ ବର୍ଷା ହେବ ଏବଂ ଆଗାମୀ ୪୮ ଘଣ୍ଟା ହାଲୁକା ବର୍ଷା ହେବ। ୨୬ରୁ ବର୍ଷାର ବିସ୍ତୃତି ବଢିବ। ୨୬ରୁ ୨୮ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଇପାରେ। ଆସନ୍ତା ତିନି ଦିନ ଉପକୂଳ, ଦକ୍ଷିଣ ଅଭ୍ୟନ୍ତରୀଣ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡଘଡି ସହିତ ୩୦ ରୁ ୪୦କିମି ବେଗରେ ପବନ ବହିପାରେ, ଏହାକୁ ନଜରରେ ରଖିବା ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

Leave A Reply

Your email address will not be published.