Odisha Link
Bridging the Missing Links in Odisha

ଏଥର ରଥଯାତ୍ରାରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍

ଓଏଲ୍‌ ବ୍ୟୁରୋ: ଆସନ୍ତା ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇ ଉଠିଛି। ରଥଯାତ୍ରାକୁ ନଜରରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଏସବୁ ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍ । ଭକ୍ତଙ୍କ ସୁବିଧା ପାଇଁ ଏହି ବ୍ୟବସ୍ତା ହେବା ନେଇ ରାଜ୍ୟ ସଡକ ପରିବହନ ନିଗମ ବୈଠକରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, ରଥଯାତ୍ରା ପାଇଁ ରଥଖଳାରେ ତିନି ରଥର ୧୪ ନାହାକା ବୁଲିବା ସହ ପ୍ରଥମ ଭୂଇଁ ଛ’ କାଠିରେ ପାଖୁଡ଼ା ସଂଯୋଗ ହୋଇଛି। ଏଥି ସହ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାର ପରିଛା ଚଉପଟ ସହ କାପ ଖୋଦେଇ ପରେ ଚିତ୍ର ଖୋଦେଇ ଆରମ୍ଭ ହୋଇଛି।

Leave A Reply

Your email address will not be published.