Odisha Link
Bridging the Missing Links in Odisha

ସୁଭଦ୍ରା ଯୋଜନା: କେମିତି ୫୦ ହଜାର ଟଙ୍କା ପାଇବେ ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର ନୂଆ ଯୋଜନା। ଅନେକ ଗୁଡ଼ିଏ ନୂଆ ଯୋଜନା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଉପଯୁକ୍ତ ହିତାଧିକାରୀ ମହିଳା ମାନଙ୍କୁ ମିଳିବ ୫୦ ଜହାର ଟଙ୍କାର ସହାୟତା ରାଶି। ଯେଉଁ ଟଙ୍କାକୁ ବ୍ୟବହାର କରି ସେମାନେ ସଶକ୍ତ ହୋଇପାରିବେ। ତେବେ ଯାହାକୁ ସେମାନେ ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। ଆଗାମୀ ୧୦୦ ଦିନ ମଧ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା। ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା କ୍ୟାସ ଭାଉଚର ମିଳିବ। ତେବେ କେମିତି ପାଇବେ ମହିଳା ମାନେ ସୁଭଦ୍ରା ଯୋଜନାରେ ୫୦ ହଜାରର ଭାଉଚର। ଏହି ଯୋଜନା କେବଳ ମହିଳା ମାନଙ୍କୁ ସଶକ୍ତ କରିବାକୁ କରାଯାଇଛି।

ସୁଭଦ୍ରା ଯୋଜନା ଅଧୀନରେ ଲକ୍ଷ ଲକ୍ଷ ମହିଳାଙ୍କର ଆର୍ଥିକ ବିକାଶ ହୋଇପାରିବ। ମାଗଣାରେ ଘରେ ବସି ପାଇବେ ସୁଭଦ୍ରା ଟଙ୍କା। କିନ୍ତୁ ଏହି ସବୁ ଟଙ୍କା ପାଇବାକୁ ହେଲେ କିଛିଟା ପ୍ରମାଣପତ୍ର ଥିବା ନିହାତି ଦରକାର। ଯଦି ପ୍ରମାଣ ପତ୍ର କି ଉପଯୁକ୍ତ ତଥ୍ୟ ନଥିବ ତେବେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇପାରନ୍ତି ଆପଣ। ତେଣୁ ରାଜ୍ୟରେ ଏହି ଯୋଜନା ଲାଗୁ ହେବା ପୂର୍ବରୁ ଆପଣ ମଧ୍ୟ ଏହିସବୁ ଡକ୍ୟୁମେଣ୍ଟ ପାଖରେ ରଖି ନିଅନ୍ତୁ।

ତେବେ ଆସନ୍ତୁ ଜାଣିବା, କ’ଣ ଏହି ଡକ୍ୟୁମେଣ୍ଟ ସବୁ…

କେବଳ ବିବାହିତ ମହିଳା ଏହି ଯୋଜନାର ହକଦାର ହୋଇପାରିବେ। ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଘର ଠିକଣାର ପ୍ରମାଣପତ୍ର, ମୋବାଇଲ ନମ୍ବର ପାସପୋର୍ଟ ସାଇଜ ଫଟୋ, ଇନକମ ସାର୍ଟିଫିକେଟ ଏବଂ ରାସନ କାର୍ଟ ଆଦି ଆବଶ୍ୟକ ରହିଛି। ଯଦି ଏହି ସବୁ ତଥ୍ୟ ଆପଣଙ୍କ ପାଖରେ ନାହିଁ ତାହେଲେ ଟଙ୍କା ମଧ୍ୟ ମିଳିପାରିବ ନାହିଁ। ଯୋଜନାର ଲାଭ ଉଠାଇବାକୁ ହେଲେ ସମୟ ପୂର୍ବରୁ ପ୍ରମାଣପତ୍ରକୁ ଠିକ କରିବାକୁ ପଡ଼ିବ। ତେବେ ଏହି ଯୋଜନା କେବଳ ଓଡ଼ିଶାର ସ୍ଥାୟୀ ବାସିନ୍ଦାଙ୍କୁ ମିଳିବ।

ପ୍ରତି ପରିବାରର ଜଣଙ୍କୁ ଏହି ଯୋଜନାରେ ଲାଭ ମିଳିପାରିବ। ତେବେ ୨୩ ବର୍ଷ ବୟସରୁ ୫୯ ବର୍ଷର ମହିଳାମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ। ସେହିପରି ସରକାରୀ ଚାକିରି କରିଥିବା କୌଣସି ମହିଳା ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ଯୋଜନା ଆରମ୍ଭ ହେବାର କିଛି ଦିନ ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଜେପି ସରକାର ତରଫରୁ କୁହାଯାଇଛି।

Leave A Reply

Your email address will not be published.