ଟିମ୍ ଇଣ୍ଡିଆର ନୂଆ ଅଧିନାୟକ
ଓଏଲ୍ ବ୍ୟୁରୋ: ଟି-୨୦ ବିଶ୍ବକପ୍ ପରେ ଜିମ୍ବାଓ୍ବେ ଗସ୍ତ କରିବ ଟିମ୍ ଇଣ୍ଡିଆ। ଏଥିପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ସବୁଠୁ ବଡ଼କଥା ହେଲା ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଆଇପିଏଲ୍ର ଷ୍ଟାର ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି। ଏହି ଯୁବ ଟିମ୍ର ମଙ୍ଗ ଶୁଭମନ ଗିଲ୍ଙ୍କୁ ମିଳିଛି। ଶୁଭମନ ଗିଲ୍ଙ୍କ ଅଧିନାୟକତ୍ବରେ ଭାରତୀୟ ଦଳ ଜିମ୍ବାଓ୍ବେ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟି ଟି-୨୦ ସିରିଜ ଖେଳିବ।
ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଅଭିଷେକ ଶର୍ମା, ନୀତିଶ ରେଡ୍ଡି, ରିୟାନ ପରାଗ, ତୁଷାର ଦେଶ ପାଣ୍ଡେଙ୍କୁ ଦଳରେ ସ୍ଥାନ ମିଳିଛି। ଜିମ୍ବାଓ୍ବେ ଗସ୍ତରୁ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ,ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି।
ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ(ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋତରାଜ ଗାଏକ୍ୱାର୍ଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡି, ରିୟାନ ପରାଗ, ୱାସିଂଟନ ସୁନ୍ଦର, ରବି ବିଷ୍ନୋଇ, ଆଭେଶ ଖାନ, ଖଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ