Odisha Link
Bridging the Missing Links in Odisha

ରାଜନାଥଙ୍କ ପରେ ସାଂସଦ ଭାବେ କାହିଁକି ଶପଥ ନେଲେ ଅମିତ ଶାହ ?

ଓଏଲ୍‌ ବ୍ୟୁରୋ: ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ସର୍ବ ପ୍ରଥମେ ଅଧିବେଶନର ପ୍ରଥମ ଦିନର ଆରମ୍ଭ ଜାତୀୟ ସଙ୍ଗୀତରୁ ହୋଇଛି। ଏହାପରେ ୧୭ତମ ଲୋକସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉପସ୍ଥିତ ଥିବା ସାଂସଦ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ସଦସ୍ୟ ଭାବେ ପ୍ରଥମେ ଶପଥ ନେଇଥିଲେ। ତାଙ୍କୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ କରାଇଥିଲେ।

ରାଜନାଥଙ୍କ ପରେ ଅମିତ ଶାହ କାହିଁକି ନେଲେ ଶପଥ ?
ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶପଥ ନେଇଥିଲେ। ତାଙ୍କ ପରେ ଗୃହମନ୍ତ୍ରୀ ଅମିତ ଶାହ ଶପଥ ଗ୍ରହଣ କରିଥିଲେ। ଏହି କ୍ରମରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଶପଥ ଗ୍ରହଣ କରିଥିଲେ। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପଦ ଆସିଥାଏ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଶପଥ ଗ୍ରହଣ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ପରେ ଗୃହମନ୍ତ୍ରୀ ଅମିତ ଶାହ ଶପଥ ନେଇଥିଲେ। କାରଣ ମନ୍ତ୍ରିମଣ୍ଡଳର ତୃତୀୟ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପଦ ରହିଥାଏ।

ଶେଷରେ ପଶ୍ଚିମବଙ୍ଗ:
ସବୁଠୁ ବଡ଼କଥା ହେଲା ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଶପଥ ନେଲା ପରେ ଆଲଫାବେଟ୍‌ କ୍ରମରେ ରାଜ୍ୟର ସାଂସଦ ମାନେ ଶପଥ ନେବେ। ଏହି କାରଣରୁ ପଶ୍ଚିମବଙ୍ଗର ସାଂସଦ ମାନେ ସବା ଶେଷରେ ଶପଥ ନେବେ।

କେଉଁ ଗଠବନ୍ଧନ ପାଖରେ ଅଛି କେତେ ଆସନ ?
ଚଳିତ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ୨୯୩ଟି ଆସନରେ ବିଜୟୀ ହୋଇଛି। ସେମଧ୍ୟରୁ ବିଜେପି ଏକାକି ୨୪୦ଟି ଆସନରେ ଜିତିଛି। ଅନ୍ୟପଟେ ବିପକ୍ଷ ଇଣ୍ଡିଆ ମେଣ୍ଟ ୧୩୪ଟି ଆସନ ଜିିତିଛି। ବିପକ୍ଷ ଦଳରେ କଂଗ୍ରେସ ସବୁଠୁ ବଡ଼ ପାର୍ଟି ହୋଇଛି। କଂଗ୍ରେସ ପାଖରେ ୯୯ ଜଣ ସାଂସଦ ରହିଛନ୍ତି।

ଲୋକସଭା ବାଚସ୍ପତି ନିର୍ବାଚନ ଜୁନ୍‌ ୨୬ ତାରିଖରେ ଅନୁଷ୍ଠିତ ହେବ। ଏହାପରେ ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳର ପରିଚୟ ସଂସଦରେ କରିବେ। ପରେ ଜୁନ୍‌ ୨୭ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ସଦନର ସଂଯୁକ୍ତ ବୈଠକକୁ ସମ୍ବୋନ୍ଧିତ କରିବେ। ପରେ ଜୁନ୍‌ ୨୮ ତାରିଖରେ ରାଜଷ୍ଟ୍ରତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପସ୍ଥାପତି କରାଯିବ।

Leave A Reply

Your email address will not be published.