Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌: ସେମି ଫାଇନାଲରେ ଆଫଗାନିସ୍ତାନ, ଟ୍ରଫି ଦୌଡ଼ରୁ ବାଦ ପଡ଼ିଲା ଅଷ୍ଟ୍ରେଲିଆ

ଓଏଲ୍‌ ବ୍ୟୁରୋ: ସରିଲା ଚଳିତ ଟି-୨୦ ବିଶ୍ବକପ୍‌ର ସୁପର-୮ ମୁକାବିଲା। ଆଜି ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୮ ରନରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ ଦଳ। ଯାହାଫଳରେ ବିଶ୍ବକପ୍‌ ଟ୍ରଫି ଦୌଡ଼ରୁ ବାଦ ପଡ଼ିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ। ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଡିଏଲ୍‌ ମେଥଡରେ ୮ ରନ୍‌ରେ ଜିତିଲା ଆଫଗାନିସ୍ତାନ। ଏଥିସହିତ ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ।

ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ମୋଟ ୧୧୫ ରନ୍‌ କରିବାରେ ସକ୍ଷମ ହୋଇଥିଲା। ପରେ ବର୍ଷା ଯୋଗୁଁ ମ୍ୟାଚ କିଛି ସମୟ ପାଇଁ ବନ୍ଦ ରହିଥିଲା। ପରେ ବର୍ଷା ଛାଡ଼ିବା ପରେ ମ୍ୟାଚକୁ ୧୯ ଓଭର ବିିଶିଷ୍ଟ କରାଯାଇଥିଲା। ଡିଏଲ୍‌ ମେଥଡ ଅନୁଯାୟୀ ବାଂଲାଦେଶ ଆଗରେ ୧୧୪ ରନର ଟାର୍ଗେଟ ଥିଲା। ହେଲେ ବାଂଲାଦେଶ ୧୦୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଯାହାଫଳରେ ଆଫଗାନିସ୍ତାନ ଟିମ୍‌ ୮ ରନରେ ଐତିହାସିକ ବିଜୟ ହାସଲ କରି ସେମି ଫାଇନାଲ ଟିକେଟ ହାତେଇଲା।

ଆଫଗାନିସ୍ତାନ ସେମି ଟିକେଟ୍‌ ହାତେଇଥିବା ବେଳେ ବିଶ୍ବ କ୍ରିକେଟର ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଟ୍ରଫି ଦୌଡ଼ରୁ ବାଦ ପଡ଼ିଛି। ସୁପର-୮ ମୁକାବିଲାରେ ୨ଟି ମୁକାବିଲା ହାରି ଅଷ୍ଟ୍ରେଲିଆର ଟ୍ରଫି ଆଶା ଧୂଳିସାତ ହୋଇଯାଇଛି।

Leave A Reply

Your email address will not be published.