Odisha Link
Bridging the Missing Links in Odisha

ଭୟ ଭୀମ, ଜୟ ମୀମ ଓ ଜୟ ପାଲେଷ୍ଟାଇନ୍….ଶପଥ ନେବା ସମୟରେ ଓୱେସୀ ଆହୁରି କ’ଣ କହିଛନ୍ତି ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ୧୮ତମ ଲୋକସଭାର ସଦସ୍ୟ ଭାବେ ଆଜି ଶପଥ ନେଇଛନ୍ତି ହାଇଦ୍ରାବଦ ସାଂସଦ ଅସାଦୁଦ୍ଦିନ ଓଓ୍ବେସୀ। ଶପଥ ଗ୍ରହଣ ସମୟରେ ଓଓ୍ବେସୀ ଦେଇଥିବା ନାରା ଏବେ ବିବାଦ ମଧ୍ୟକୁ ଟାଣି ହୋଇ ଆସିଛି। ଶପଥ ଗ୍ରହଣ ସମୟରେ ଜୟ ଭୀମ, ଜୟ ମୀମ, ଜୟ ତେଲେଙ୍ଗାନ ଓ ଜୟ ପାଲେଷ୍ଟାଇନ୍‌ କହିଛନ୍ତି। ଏଥିସହିତ ଶେଷରେ ଆଲ୍ଲା ହୋ ଆକବର ବି କହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୫ମ ଥର ପାଇଁ ହାଇଦ୍ରାବାଦରୁ ଜିତି ସଂସଦକୁ ଆସିଥିବା ଓୱେସୀ ପ୍ରଥମେ ଅନ୍ୟ ସାଂସଦମାନଙ୍କ ଭଳି ଶପଥ ପାଠ କରିଥିଲେ। ଏହାପରେ ସେ ଜୟ ଭୀମ, ଜୟ ମୀମ, ଜୟ ତେଲାଙ୍ଗାନା ଓ ଶେଷରେ ଜୟ ପାଲେଷ୍ଟାଇନ କହିଥିଲେ। ତେବେ ତାଙ୍କର ଜୟ ପାଲେଷ୍ଟାଇନକୁ ଗୃହରେ ଉପସ୍ଥିତ ଶାସକ ଦଳର ସଦସ୍ୟମାନେ ଜୋରଦାର ଢଙ୍ଗରେ ବିରୋଧ କରିଥିଲେ।

ଅନ୍ୟପଟେ ଓୱେସୀ କହିଛନ୍ତି, “ଅନେକ ଲୋକ ଅନେକ କଥା କହୁଛନ୍ତି। ମୁଁ କେବଳ ଜୟ ଭୀମ, ଜୟ ମୀମ, ଜୟ ତେଲାଙ୍ଗାନା ଓ ଜୟ ପାଲେଷ୍ଟାଇନ କହିଛି। ଏହା କେମିତି ଭୁଲ ହେଲା? ସମ୍ବିଧାନର କେଉଁ ପ୍ରୋଭିଜନରେ ଏପରି କହିପାରିବ ନାହିଁ ବୋଲି କୁହାଯାଇଛି, ମୋତେ ଦେଖାନ୍ତୁ।”

ସୂଚନାଥାଉକି, ବର୍ତ୍ତମାନ ଇସ୍ରାଏଲ ପକ୍ଷରୁ ପାଲେଷ୍ଟାଇନରେ ଘନଘନ ଆକ୍ରମଣ କରାଯାଉଛି। ଏଠାରେ ରହୁଥିବା ପାଲେଷ୍ଟାଇନ ସଂଗଠନ ହମାସକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ଏପରି କରୁଛି। ତେବେ ଏହି ଆକ୍ରମଣରେ ପାଲେଷ୍ଟାଇନର ଶହଶହ ସାଧାରଣ ଲୋକ ପ୍ରାଣ ହରାଉଛନ୍ତି। ଏହାକୁ ବିରୋଧ କରି ଓୱେସୀ ଜୟ ପାଲେଷ୍ଟାଇନ ନାରା ଦେଇଥିବା କୁହାଯାଉଛି।

Leave A Reply

Your email address will not be published.