Odisha Link
Bridging the Missing Links in Odisha

ଚାଲୁ ରହିବ ଟ୍ବିନ୍‌ ସିଟି ମେଟ୍ରୋ ପ୍ରକଳ୍ପ: ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ବିଜେପି ନେଇଛି ଓଡ଼ିଶାର ଶାସନଭାର। ଏସବୁ ଭିତରେ ପୂର୍ବରୁ ଥିବା ସରକାର ସମୟରେ ହୋଇଥିବା ଅନେକ ଯୋଜନାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସବୁଠୁ ବଡ ଯୋଜନା ଥିଲା ମେଟ୍ରୋ ପ୍ରକଳ୍ପ। ଯାହା ଓଡ଼ିଶାବାସୀଙ୍କ ସ୍ବପ୍ନକୁ ନେଇ ଆରମ୍ଭ ହୋଇଥିଲା। ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଏହି ଚର୍ଚ୍ଚା ଭିତରେ ଭୁବନେଶ୍ବର-କଟକ ମେଟ୍ରୋ ପ୍ରକଳ୍ପ ଚାଲୁ ରହିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି, ରାଜ୍ୟ ବଜେଟ୍‌ ସ୍ଥିତି ସମୀକ୍ଷା ହେବ। ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ। ମେଟ୍ରୋ ଏକ ବଡ଼ ବ୍ୟବସ୍ଥା, କିପରି କାମ ହେବ ଆଲୋଚନା ହେବ। ବର୍ଷା ଦିନରେ କିଭଳି କାମ ଚାଲିବ, ଆଲୋଚନା ହେବ।

Leave A Reply

Your email address will not be published.