Odisha Link
Bridging the Missing Links in Odisha

ଫ୍ୟାନ୍ସଙ୍କୁ ଚମକାଇ ଦେଲେ ଓ୍ବାର୍ଣ୍ଣର, ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ନେଲେ ଅବସର

ଓଏଲ୍‌ ବ୍ୟୁରୋ: ବିଶ୍ବକପ୍‌ ଦୌଡ଼ରୁ ବାଦ ପଡ଼ିଛି ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ। ଏଥିସହିତ ବିଶ୍ବ କ୍ରିକେଟରୁ ଅବସର ନେଇଛନ୍ତି ଅଷ୍ଟ୍ରେଲିଆ ଦଳର ଷ୍ଟାର ଖେଳାଳ ଡେଭିଓ ଓ୍ବାର୍ଣ୍ଣର। ୧୫ ବର୍ଷର କ୍ରିକେଟ କ୍ୟାରିଅର ଅନ୍ତ ଘଟାଇ ଅବସର ନେଇଛନ୍ତି ଓ୍ବାର୍ଣ୍ଣର।

ଡେଭିଓ ଓ୍ବାର୍ଣ୍ଣର ଭାରତ ବିପକ୍ଷରେ ତାଙ୍କର ଶେଷ ଟି-୨୦ ମୁକାବିଲା ଖେଳିଥିଲେ। ବିଶ୍ବକପ୍‌ର ସୁପର-୮ ମୁକାବିଲାରେ ଭାରତ ବିପକ୍ଷରେ ମାତ୍ର ୬ ରନ୍‌ କରିଥିଲେ। ଓ୍ବାର୍ଣ୍ଣର ଆଉଟ୍‌ ହେବା ପରେ ନିରାଶ ହୋଇଥିବାର ଦେଖିବାକୁ ମିଳିଥିଲା। ୨୦୨୩ ଦିନିକିଆ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ଡେଭିଡ ଓ୍ବାର୍ଣ୍ଣରଙ୍କ ଶେଷ ଦିନିକିଆ ମ୍ୟାଚ୍‌ ଥିଲା। ତାପରଠୁ ଆଉ ଦିନିକିଆ ମ୍ୟାଚରେ ନଜର ଆସି ନଥିଲେ ଓ୍ବାର୍ଣ୍ଣର। ସେହିପରି ୨୦୨୪ ଜାନୁଆରୀ ମାସରେ ଶେଷଥର ପାଇଁ ଟେଷ୍ଟ ମ୍ୟାଚ ଖେଳିଥିଲେ। ପାକିସ୍ତାନ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ଓ୍ବାର୍ଣ୍ଣର। ଓ୍ବାର୍ଣ୍ଣରଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଟି-୨୦ ବିଶ୍ବକପ୍‌ ୨୦୨୪ ସହିତ ଶେଷ ହୋଇଛି।

୨୦୦୯ରୁ ବିଶ୍ବ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିବା ଡେଭିଡ ଓ୍ବାର୍ଣ୍ଣର ଟେଷ୍ଟରେ ୧୧୨, ଦିନିକିଆରେ ୧୬୧ ଓ ଟି-୨୦ ଫର୍ମାଟରେ ୧୧୦ଟି ମ୍ୟାଚ୍‌ ଖେଳିଛନ୍ତି। ସେ ତାଙ୍କ କ୍ୟାରିୟରେ ୪୯ଟି ଶତକୀୟ ଇନିଂସ୍‌ ଖେଳିଛନ୍ତି। ସେମଧ୍ୟରୁ ଟେଷ୍ଟରେ ୨୬, ଦିନିକିଆରେ ୨୨ ଓ ଟି-୨୦ରେ ଗୋଟିଏ ଶତକୀୟ ଇନିଂସ ଖେଳିଛନ୍ତି।

ସେ ଟେଷ୍ଟ ମ୍ୟାଚରେ ୪୪.୫୯ ହାରରେ ୮୭୮୬ ରନ୍‌ ସ୍କୋର କରିଛନ୍ତି। ସେହିପରି ଦିନିକିଆରେ ୪୫.୩୦ ହାରରେ ୬୯୩୨ ରନ୍‌ କରିଥିବା ବେଳେ ଟି-୨୦ରେ ୩୨୭୭ ରନ୍‌ ସ୍କୋର କରିଛନ୍ତି। ସେହିପରି ଟେଷ୍ଟ୍ର କ୍ରିକେଟରେ ୪ଟି ଓ୍ବିକେଟ ନେଇଛନ୍ତି ୩୭ ବର୍ଷିୟ ଡେଭିଡ ଓ୍ବାର୍ଣ୍ଣର। ସେ ତାଙ୍କ କ୍ୟାରିୟରରେ ୨୬ଟି ଦଳ ପକ୍ଷରୁ କ୍ରିକେଟ ଖେଳିଛନ୍ତି।

Leave A Reply

Your email address will not be published.