Odisha Link
Bridging the Missing Links in Odisha

ଜାତୀୟ ତୃଣକ ଦମନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ସୋଆ କୃଷି ମହାବିଦ୍ୟାଳୟ ପରିଦର୍ଶନ

ଓଏଲ୍‌ ବ୍ୟୁରୋ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନସେସ୍‌ (ଆଇଏଏସ୍‌)କୁ ଜାତୀୟ ତୃଣକ ଦମନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଜେ ଏସ ମିଶ୍ର ଓ ତୃଣକ ବିଭାଗର ସମ୍ପାଦକ ଡ. ଆର୍‌.ପି. ଦୁବେ ଶନିବାର ପରିଦର୍ଶନ କରିଛନ୍ତି । ଉଭିଦ ଶରୀର ତତ୍ୱ ବିଭାଗର ମୁଖ୍ୟ ତଥା ତୃଣକ ବିଜ୍ଞାନୀ ପ୍ରଫେସର ସରୋଜ କୁମାର ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ମହାବିଦ୍ୟାଳୟ ସ୍ତରରେ ଚାଲିଥିବା ତୃଣକ ଗବେଷଣା ସମ୍ବନ୍ଧରେ ବିବରଣୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ ଅତିଥି ଦ୍ୱୟଙ୍କୁ ସୋଆ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଖ୍ୟାତି ବିଷୟରେ ଅବଗତ କରାଇଥିଲେ।

ଏଥି ସହିତ ଜବଲପୁର ସ୍ଥିତ ତୃଣକ ଗବେଷଣା କେନ୍ଦ୍ର ସହିତ ମିଳିତ ଗବେଷଣା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ତାଙ୍କ ଅଭିଭାଷଣରେ ସୋଆ ବିଶ୍ୱବିଦ୍ୟାଳୟରେ ଅନେକ ତୃଣକ ଗବେଷଣାର ଦିଗ ଉନ୍ମୋଚିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଫେସର ବିଜୟ କୁମାର ମିଶ୍ର, ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ପ୍ରଫେସର ଅକ୍ଷୟ କୁମାର ବେହେରା ଓ ପ୍ରଫେସର ହୃଦାନନ୍ଦ ମିଶ୍ର ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ। ଡକ୍ଟର ଶୁଭପ୍ରଦ ଦାଶ, ଡକ୍ଟର ଅଂଶୁମାନ ଜେନା, ପ୍ରଫେସର ଶଙ୍କର୍ଷଣ ନନ୍ଦ ଓ ପ୍ରଫେସର ବାସୁଦେବ ବେହେରା ଏହି ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଅକ୍ଷୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.