Odisha Link
Bridging the Missing Links in Odisha

ଡାକ୍ତର ଦେଖିବେ ‘ମୁନ୍ନାଭାଇ ଏମ୍.ବି.ବି.ଏସ୍’

ଓଏଲ୍‌ ବ୍ୟୁରୋ: ରୋଗୀଙ୍କୁ ଭଲ ବ୍ୟବହାର କରିବା ସହ ରୋଗୀଙ୍କ ଚିକିତ୍ସା ଡାକ୍ତରଙ୍କ ଦାୟିତ୍ୱ। ସେଥିପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁନ୍ନାଭାଇ ଏମବିବିଏସ୍ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି। କଟକ ଏସସିବିରେ ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତରଙ୍କୁ ଏହି ପରାମର୍ଶ ଦେଇଛନ୍ତି। ଡାକ୍ତର ଓ ରୋଗୀଙ୍କ ମଧ୍ୟରେ କେହି ବାଧା ଦେଇପାରିବେନି ବୋଲି ରାଜ୍ୟର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ସୂଚନା ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ଏସସିବି ମେଡିକାଲ ପରିଦର୍ଶନ କରିଥିଲେ। ପ୍ରଥମେ ପ୍ରିନସିପାଲଙ୍କ ଅଫିସରେ ପହଞ୍ଚିବା ପରେ ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ ଏବଂ ପ୍ରିନିସିପାଲ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ଏହାପରେ ଏସସିବି ସୁପରିଟେଣ୍ଡେଣ୍ଟ ଏବଂ ପ୍ରିନିସିପାଲଙ୍କ ସହ ବ୍ୟାଟେରୀ ଗାଡିରେ ସର୍ଜରୀ ବିଭାଗରେ ପହଞ୍ଚି ରୋଗୀସେବାର ଅନୁଧ୍ୟାନ କରିଥିଲେ।

ଏହାସହ ଚିକିତ୍ସା ସୁବିଧା ସମ୍ପର୍କରେ ରୋଗୀଙ୍କ ସହ କଥା ହୋଇ ପଚାରିବୁଝିଥିଲେ। ଏହାପରେ ମେଡିକାଲ ଜୁନିଅର ଡାକ୍ତର ଆସୋସିଏସନ୍ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଜୁନିଅର ଡାକ୍ତରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ପ୍ରିନିସିପାଲଙ୍କ କନଫରେନ୍ସ ହଲରେ ଆୟୋଜିତ ବୈଠକରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ରୋଗୀଙ୍କ ସୁବିଧା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସେ କହିଥିଲେ।

Leave A Reply

Your email address will not be published.