Odisha Link
Bridging the Missing Links in Odisha

ରୁଙ୍ଗଟା କାରଖାନାରେ ଅଘଟଣ: ଆହତଙ୍କୁ ଭେଟିଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଢେଙ୍କାନାଳ ହିନ୍ଦୋଳ ରୁଙ୍ଗଟା ମାଇନ୍ସରେ ବଡ ଧରଣର ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ରୁଙ୍ଗଟା ମାଇନ୍ସ ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି ପଡିଥିଲା। ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ଭାବେ ଆହତ ହୋଇଛନ୍ତି। ରୁଙ୍ଗଟା ଷ୍ଟିଲପ୍ଲାଣ୍ଟ ଦୁର୍ଘଟଣାରେ ଆହତ ହୋଇ କଟକ ହସ୍ପିଟାଲରେ ଗତ ମଂଗଳବାର ଠାରୁ ଚିକିତ୍ସାଧୀନ ଥିବା ଶ୍ରମିକଙ୍କୁ ଆଜି ହସ୍ପିଟାଲରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପହଂଚି ସାକ୍ଷାତ କରିଥିଲେ। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଚିକିତ୍ସା କରୁଥିବା ଡାକ୍ତର ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ଆହତ ନବ କୁମାର ସାମନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଅଛି ଏବଂ ଅମଲ ବେରାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବାର ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.