Odisha Link
Bridging the Missing Links in Odisha

ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ବଡ଼ ନିଷ୍ପତ୍ତି, ଚଳିତବର୍ଷ ବନ୍ଦ ରହିବ ନବଯୌବନ ଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜି ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଅଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥର ନବଯୌବନ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି। ପହଣ୍ଡି ବିଜେ ଦର୍ଶନ ଲାଗି ଟିକେଟ ମିଳିବ ନାହିଁ। ଏଥର ପଟି ଦିଅଁଙ୍କଠାରୁ ବିଜେ ହେବ ଆଜ୍ଞାମାଳ। ଆଗାମୀ ଜୁଲାଇ ୬ ତାରିଖ ଦିନ ସକାଳ ଧୂପ ନୀତି ପରେ ରଥ ଖଳାକୁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ କରାଯିବ। ସେହିପରି ଜୁଲାଇ ୭ତାରିଖ ରଥଯାତ୍ରା ଦିନ ଅପରାହ୍ନ ୫ଟା ମଧ୍ୟରେ ରଥ ଟଣା ନୀତି କରାଯିବାକୁ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି। ଏ ନେଇ ଗତକାଲି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିବା ବେଳେ ରଥଯାତ୍ରା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳିକୁ ଆଜି ଶ୍ରୀମନ୍ଦିର ପରିଚଳାନ କମିଟି ଅନୁମୋଦନ କରିଛି।

ତେବେ ଏହି ସମସ୍ତ ଦିନର ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ପରେ ଅନୁମୋଦିତ ହୋଇଥିଲା। ୧୯୭୧ମସିହାରେ ହୋଇଥିବା ରଥଯାତ୍ରା ଦିନ ର ନୀତି ନିର୍ଘଣ୍ଟ ଅନୁସାରେ ଚଳିତ ବର୍ଷ ନୀତିନିର୍ଘଣ୍ଟ କରାଯାଇଥିବା ଜଣାପଡିଛି। ଶୃଙ୍ଖଳିତ ରଥଯାତ୍ରା ସମାପନ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିବାବେଳେ ମହାପ୍ରଭୁଙ୍କ କୃପାରୁ ଆଗାମୀ ରଥଯାତ୍ରା ସୁପରିଚାଳନା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ସେହିପରି ଶ୍ରୀମନ୍ଦିରରେ ଥିବା ସମସ୍ତ ପୁରୁଣା ରେକର୍ଡ ଗୁଡିକର ସରଂକ୍ଷଣ ନେଇ ଡିଜିଟାଇଜସନ କରାଯିବାକୁ ଆଜି ବୈଠକରେ ନିଷ୍ପତି ନିଆଯାଇଥିବା ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.