Odisha Link
Bridging the Missing Links in Odisha

ଶପଥ ନେଲେ ଓଡ଼ିଆ ସାଂସଦ: କିଏ କେଉଁ ଭାଷାରେ ଶପଥ ନେଲେ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଲୋକସଭାରେ ପଦ ଓ ଗୋପନୀୟତାର ଶପଥ ନେଲେ ଓଡ଼ିଆ ସାଂସଦ। ଓଡ଼ିଶାର ନବ ନିର୍ବାଚିତ ୧୮ ସାଂସଦ ଆଜି ଶପଥ ନେଇଛନ୍ତି। ଗତକାଲି ୨ଜଣ ସାଂସଦ ଓଡ଼ିଆ ଭାଷାରେ ଶପଥ ନେଇଥିବା ବେଳେ କାମଚଳା ବାଚସ୍ପତି ଭାବେ ଶପଥ ନେଇଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ତେଣୁ ଆଜି ୧୮ ଜଣ ସାଂସଦ ଶପଥ ନେଇଛନ୍ତି।

ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଂସ୍କୃତରେ ଓ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ସାନ୍ତାଳୀ ଭାଷାରେ ଶପଥ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଏଥିସହିତ ଜୟ ଜଗନ୍ନାଥ ଧ୍ବିନିରେ ପ୍ରକମ୍ପିତ ହୋଇଥିଲା ଲୋକସଭା ସଦନ।

ସେହିପରି ସାଂସଦ ମାଳବିକା ଦେବୀ, ସଙ୍ଗୀତା କୁମାରୀ ସିଂ ଦେଓ ଏବଂ ପ୍ରଦୀପ ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଥିବାବେଳେ, ବାକି ସାଂସଦମାନେ ଓଡିଆରେ ଶପଥ ଗ୍ରହଣ କରିଥିଲେ। ତେବେ ଶପଥ ଗ୍ରହଣ ସମୟରେ ସାଂସଦମାନେ ଜୟ ଜଗନ୍ନାଥ କହି ଶପଥ ଗ୍ରହଣ କରୁଥିବା ଦେଖିବାକୁ ମିଳୁଥିଲା।

ସୂଚନାଥାଉକି, ଗତକାଲି କାମଚଳା ବାଚସ୍ପତି ଭାବେ ପ୍ରଥମେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ଲୋକସଭାରେ ପ୍ରଥମେ ଶପଥ ଗ୍ରହଣ କରିଥିଲେ। ଏହାପରେ ଆଜି ଦ୍ୱିତୀୟ ଦିନରେ ବାକି ଥିବା ଓଡିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.