Odisha Link
Bridging the Missing Links in Odisha

ଭଙ୍ଗା ଚାଲିଛି ବବିଙ୍କ ସରକାରୀ ବାସଭବନ, କାରଣ ଅସ୍ପଷ୍ଟ

ଓଏଲ୍‌ ବ୍ୟୁରୋ: ଭଙ୍ଗାଚାଲିଛି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସ ଭବନ। ଓଡ଼ିଶାର ହ୍ବାଇଟ୍‌ ହାଉସ୍‌ ଭାବେ ପରିଚିତ ଥିବା ବବି ଦାସଙ୍କ ସରକାରୀ ବାସ ଭବନ ଭଙ୍ଗା ଯାଉଥିବାର ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ୨୦୨୪ ନିର୍ବାଚନରେ ପରାଜିତ ହେବା ପରେ ସରକାରୀ ବାସଭବନ ଛାଡ଼ି ସାରିଥିବା ବବି ଦାସଙ୍କ କ୍ବାର୍ଟର ଭାଙ୍ଗୁଛି କିଏ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

ଆଲିଶାନ ବଙ୍ଗଳାକୁ କାହିଁକି ଭଙ୍ଗାହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ସବୁଠୁବଡ଼କଥା ହେଲା ଆଲିଶାନ୍ ଘର ଭିତରେ ରହିଛି ଏକ ଅଣ୍ଡରଗ୍ରାଉଣ୍ଡ୍ , ଟ୍ରି-ହାଉସ୍। ପ୍ରଣବ ପ୍ରକାଶ ଦାସ ଏଥର ନିର୍ବାଚନ ହାରିଯାଇଛନ୍ତି। କିଛି ଦିନ ତଳେ ସେ କ୍ୱାର୍ଟର ମଧ୍ୟ ଖାଲି କରିସାରିଛନ୍ତି। ଆଉ ଏହାପରେ ତାଙ୍କ ବାସଭବନକୁ କେଉଁ କାରଣରୁ ଭଙ୍ଗା ହେଉଛି ସେ ନେଇ କୌଣସି ସୂଚନା ମିଳିପାରିନି।

ସୂଚନାଥାଉକି, ବିଜେଡି ସରକାର ଅମଳରେ ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସକୁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୯ତାରିଖରେ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନାଁରେ ଆବଂଟନ କରିଥିଲା । ସେହିବର୍ଷ ଅଗଷ୍ଟ ୧୭ ତାରିଖରେ ପ୍ରଣବ ଉକ୍ତ କ୍ୱାର୍ଟରକୁ ନିଜ ଦଖଲକୁ ନେଇଥିଲେ।

Leave A Reply

Your email address will not be published.