Odisha Link
Bridging the Missing Links in Odisha

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମର ଆରମ୍ଭ: ଅଢ଼େଇ କୋଟି ଗଛ ଲଗାଇବେ ମିଶନ ଶକ୍ତି ମହିଳା

ଓଏଲ୍‌ ବ୍ୟୁରୋ: ଜଳବାୟୁ ପରିବର୍ତନ ପ୍ରଭାବରୁ ବଂଚିବା ଏବଂ ପରିବେଶ ସୁରକ୍ଷା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ। ଗଛ ଲଗାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପରିବେଶ ସଂରକ୍ଷଣରେ ଅଂଶୀଦାର ହେବାକୁ ଅନୁରୋଧ କରିବା ସହ ବୃକ୍ଷ ରୋପଣରେ ଅଂଶୀଦାରତା ପ୍ରଦାନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ସପ୍ତାହକ ମଧ୍ୟରେ ଅଢ଼େଇ କୋଟି ଗଛ ଲଗାଇବେ ମିଶନ ଶକ୍ତି ମହିଳା। ମୋଟ ଉପରେ ସାଢେ ୪ କୋଟି ଗଛ ଲଗାଯିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମାଙ୍କ’ ନାରେ ଗଛଟିଏ କାର୍ଯ୍ୟକ୍ରମର ଭୁବନେଶ୍ୱରରେ ଶୁଭାରମ୍ଭ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ହର୍ଟି କଲଚର, ଏଗ୍ରି କଲଜର, ଜଙ୍ଗଲ ବିଭାଗ ଓ ବିଭିନ୍ନ ନର୍ସରୀରେ ଥିବା ଗଛଗୁଡିକୁ ମିଶନ ଶକ୍ତି ମହିଳାମାନଙ୍କୁ ଦିଆଯିବ। ସେମାନେ ୭ ଦିନ ମଧ୍ୟରେ ଅଢେଇ କୋଟି ଗଛ ଲଗାଇବେ। ନିଜ ବାଡି ଅବା ରାସ୍ତା କଡ଼ରେ ଗଛ ଲଗାଯିବ। ଆଉ ଯିଏ ଯେଉଁ ଗଛ ଲଗାଇବ ସେହି ଗଛକୁ ନିଜ ମା ଭାବି ଗଛର ଯତ୍ନ ନେବେ। ଜଳବାୟୁ ପରିବର୍ତନ ପ୍ରଭାବରୁ ବଂଚିବା ଏବଂ ପରିବେଶ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.