Odisha Link
Bridging the Missing Links in Odisha

ଜେଲ୍‌ରେ ରହିବେ କେଜ୍ରିୱାଲ, ଔପଚାରିକ ଭାବେ ଗିରଫ କଲା ସିବିଆଇ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଥିବା ଜଣା ପଡିଛି। ମଦ ଦୁର୍ନୀତି ମାମଲାରେ ଔପଚାରିକ ଭାବେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ କରିଛି। ସୁପ୍ରିମକୋର୍ଟରେ ଜାମିନ ଆବେଦନର ଶୁଣାଣି ପୂର୍ବରୁ ଗିରଫ ହୋଇଛନ୍ତି। ଏବେ ସେ ତିହାର ଜେଲ୍‌ରେ ରହିବେ କେଜ୍ରିୱାଲ।

ଅନ୍ୟପଟେ, ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଲାଗିଥିଲା ଝଟକା। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ୍ ଆବେଦନ ନେଇ ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି। ବର୍ତ୍ତମାନ ତିହାର ଜେଲ୍‌ରେ ରହିବେ କେଜରିଓ୍ବାଲ। ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରାଯିବ।

ଜଷ୍ଟିସ୍ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ରାଉଜ୍ ଆଭିନ୍ୟୁ କୋର୍ଟର ଫୈସଲା ଉପରେ ରୋକ୍ ଲଗାଇଛନ୍ତି। କୋର୍ଟ ଏହି ମାମଲାରେ ଶୁଣାଣି କରି କହିଛନ୍ତି ଯେ, ତଳ କୋର୍ଟର ଅବକାଶକାଳୀନ ବେଞ୍ଚ କେଜ୍ରିୱାଲଙ୍କୁ ଜାମିନ୍ ଦେବା ସମୟରେ ନିଜ ବିବେକର ବ୍ୟବହାର କରିଥିଲେ। ହେଲେ ତଳ କୋର୍ଟ ଇଡିର ଦସ୍ତାବିଜ ଉପରେ ଗୁରୁତ୍ୱ ଦେଇନଥିଲେ। ତେଣୁ ତଳ କୋର୍ଟର ରାୟ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି।

ସୂଚନା ଅନୁସାରେ, ତଳ କୋର୍ଟରେ କେଜ୍ରିୱାଲଙ୍କୁ ଜାମିନ୍ ମିଳିଥିଲା। ହେଲେ ଏହାପରେ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇ ଦେଇଥିଲେ। ଇଡି ଏହି ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହେଇଥିଲା। ଆଉ ଅଭିଯୋଗ କରିଥିଲା ଯେ, ତଳ କୋର୍ଟ ଏକତରଫା ଭାବେ ରାୟ ଶୁଣାଇ କେଜ୍ରୱାଲଙ୍କୁ ଜାମିନ୍ ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଏବେ ଜେଲରେ ଅଛନ୍ତି। ଗତ ମେ ୧୦ ତାରିଖରେ ଶେଷ ଥର ପାଇଁ ତାଙ୍କୁ ଜାମିନ୍ ମିଲିଥିଲା। ସୁପ୍ରିମକୋର୍ଟ ତାଙ୍କୁ ପ୍ରଚାର କରିବା ପାଇଁ ଜାମିନ୍ ପ୍ରଦାନ କରିଥିଲେ।

Leave A Reply

Your email address will not be published.