Odisha Link
Bridging the Missing Links in Odisha

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ପାର୍ଶ୍ଵଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଜାରି

ଓଏଲ୍‌ ବ୍ୟୁରୋ: ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଭଳି ଚଳିତ ବର୍ଷର ରଥଯାତ୍ରା ନୀତିକାନ୍ତି କରାଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ତିନି। ରଥର କଇଞ୍ଚି ନିର୍ମାଣ ଚାଲି ରହିଥିବା ବେଳେ ତିନି ରଥର ଚାରୋଟି ଲେଖାଏଁ ଧ୍ଵଜବତା ନିର୍ମାଣ ସହ ରଥ ମାନଙ୍କର କନକ ପେଣ୍ଡି ଏବଂ କନକ ମୁଣ୍ଡି ନିର୍ମାଣ ଆଗେଇ ଚାଲିଛି।ଏହାସହ ତିନି ରଥର ବଡଥଳ ବା ବଡଧରା ପୋଟଳ ନିର୍ମାଣ ଚାଲିଛି ଓ ଚାର ପରିଛାରେ ଚିତ୍ର ଖୋଦେଇ ଜାରି ରହିଛି। ରଥ ଚକ, ଦଣ୍ଡା ଏବଂ ଗୁଜ ଗୁଡିକରେ ଧଳା ରଙ୍ଗ ଦେବା ପରେ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ଵ ଦେବଦେବୀ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ମଧ୍ୟ ଜାରି ରହିଛି।

Leave A Reply

Your email address will not be published.