Odisha Link
Bridging the Missing Links in Odisha

ମେଡିକାଲ୍‌ରୁ ମିଳିଲା ଶିଶୁକନ୍ୟାର ମରଶରୀର, ତନାଘନା କରୁଛି ପୁଲିସ

ଓଏଲ୍‌ ବ୍ୟୁରୋ: ଆଜି ବି କ’ଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କ’ଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି। ତେବେ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟବିଦାରକ। ମୃତ ଶିଶୁକନ୍ୟାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଚମ୍ପଟ୍‌ ମାରିଛନ୍ତି।

ବାଇକ୍‌ରେ ଆଣି ସୁନାବେଡ଼ା ମେଡିକାଲ୍‌ରେ ଛାଡ଼ି ଚମ୍ପଟ୍‌ ମାରିଥିବା ଜଣା ପଡିଛି। ଏନେଇ ସୂଚନା ପାଇ ଘଟଣାସ୍ଥଳରେ ସୁନାବେଡ଼ା ଏସ୍‌ଡିପିଓ ପହଂଚି ତନାଘନା ଆରମ୍ଭ କରିଛନ୍ତି। କିଏ କେଉଁଥିପାଇଁ ଏପରି ଅମାନବୀୟ କାର୍ଯ୍ୟ କଲା ଜଣାପଡ଼ିନି।ଆଖପାଖର ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତକୁ ଚିହ୍ନଟ ପାଇଁ ପୁଲିସ ଉଦ୍ୟମ ଜାରି କରିଛି।

Leave A Reply

Your email address will not be published.