Odisha Link
Bridging the Missing Links in Odisha

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ, ସ୍ଥାନ ପାଇଲେ ଏକମାତ୍ର ଓଡ଼ିଆ ଖେଳାଳି

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ। ୧୯ ଜଣିଆ ହକି ଟିମ୍‌ ଘୋଷଣା କରିଛି ହକି ଇଣ୍ଡିଆ। ହରମନପ୍ରୀତ ସିଂଙ୍କ ନେତୃତ୍ବରେ ଖେଳିବ ଭାରତ। ସେହିପରି ମିଡ ଫିଲଡର ଖେଳାଳି ହାର୍ଦ୍ଦିକ ସିଂହ ଦଳର ଉପଅଧିନାୟକ ଭାର ସମ୍ଭାଳିବେ। ୧୯ ଜଣିଆ ହକି ଟିମ୍‌ରେ ଓଡ଼ିଆ ପୁଅ ଅମିତ ରୋହି ଦାସଙ୍କୁ ମିଳିଛି ସ୍ଥାନ। ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି। ଜୁଲାଇ ୨୭ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ।

ଭାରତୀୟ ଦଳରେ ଜଣେ ଗୋଲକିପର, ୫ ଜଣ ଡିଫେଣ୍ଡର, ୫ ଜଣ ମିଡ ଫିଲଡର, ୫ଜଣ ଫରଓ୍ବାଡ ଖେଳାଳି ସ୍ଥାନ ପାଇଛନ୍ତି। ସେହିପରି ଦଳରେ ୩ ଜଣ ଖେଳାଳିଙ୍କୁ ଅତିରିକ୍ତ ଖେଳାଳି ଭାବେ ସ୍ଥାନ ମିଳିଛି। ଭାରତ ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ ୧୨ଟି ପଦକ ହାସଲ କରିଛି। ୮ ସ୍ବର୍ଣ୍ଣ, ଗୋଟିଏ ରୂପା ଓ ୩ଟି ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ। ହରମନପ୍ରୀତଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଆଉ ଏକ ପଦକ ଜିତିବା ଲକ୍ଷ୍ୟରେ ରହିବ ନିଶ୍ଚୟ।

ଭାରତୀୟ ଦଳ:
ଶ୍ରୀଜେଶ୍, ଜର୍ମନପ୍ରୀତ ସିଂ, ଅମିତ ରୋହି ଦାସ, ହରମନପ୍ରୀତ ସିଂ, ସୁମିତ, ସଞ୍ଜୟ, ରାଜକୁମାର ପାଲ, ସମଶେର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଅଭିଷେକ, ସୁଖଜୀତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁରଜାନ୍ତ ସିଂ।

ଅତିରିକ୍ତ ଖେଳାଳି: ନିଳକାନ୍ତ ଶର୍ମା, ଯୁଗରାଜ ସିଂ, କ୍ରିଷ୍ଣା ବାହାଦୁର ପାଠକ

Leave A Reply

Your email address will not be published.